29.1 C
Bhubaneswar
Monday, March 23, 2026
Homeଓଡିଶାପୋଲିସ ନିକଟରେ ଅତ୍ମସମର୍ପଣ କଲେ ମାଓବାଦୀ ମୁକେଶ

ପୋଲିସ ନିକଟରେ ଅତ୍ମସମର୍ପଣ କଲେ ମାଓବାଦୀ ମୁକେଶ

ମାଲକାନଗିରି: ମାଲକାନଗିରି ପୋଲିସ ନିକଟରେ ଜଣେ ଛତିଶଗଡି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ମାଲକାନଗିରି ଏସ. ପି ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିକଟରେ ଆତ୍ମସାମର୍ପଣ କରିଛନ୍ତି ମାଓବାଦୀ ଜଣକ l କମ୍ ବୟସରେ ମାଓ ସଂଗଠନରେ ସାମିଲ ହୋଇ ବହୁ ହିଂସାକାଣ୍ଡରେ ସାମିଲ ଥିଲେ।ଆତ୍ମସାମର୍ପଣ ମାଓବାଦୀ ହେଉଛନ୍ତି ମୁକେଶ କୋରଷା। ସେ ଛତିଶଗଡ଼ ସୁକମା ଜାଗରକୋଣ୍ଡା ଥାନା ଅଧିନସ୍ଥ ସିଲଗେର ଗ୍ରାମର ଅଧିବାସୀ ଅଟନ୍ତି l ମୁକେଶ ୨୦୨୩ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲେ l

ଦୀର୍ଘ ୮ ମାସ ହେବ ମାଓ ସଂଗଠନ ରେ କାର୍ଯ୍ୟ କରି ଆସୁଥିଲା ଏଥିସହିତ ବୋହୁ ମାଓ ହିଂସାକାଣ୍ଡରେ ସାମିଲ ଥିଲେ l ମାଓ ସଂଗଠନ ପକ୍ଷରୁ ଏଭଳି ନାବାଳକ ତଥା ଯୁବକ ଯୁବତୀ ଙ୍କୁ ସଂଗଠନରେ ସାମିଲ କରି ହିଂସା ର ମାର୍ଗ ଆପଣେଥିବା ଦେଖିବାକୁ ମିଳିଛି l ମୁକେଶ ଙ୍କ ଉପରେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଇ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହିତ ସରକାରଙ୍କ ଥଇଥାନ ନୀତି ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ଡିଆଇଜି ଚରଣ ସିଂ ମିନା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking