14.1 C
Bhubaneswar
Sunday, December 7, 2025
Homeଓଡିଶାମନମୋହନ ପୁଣି ବିଜେପି ରାଜ୍ୟ ସଭାପତି

ମନମୋହନ ପୁଣି ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ମନମୋହନ ସାମଲ ପୁଣି ହେଲେ ବିଜେପି ରାଜ୍ୟ ସଭାପତି ।  ସର୍ୱ ସହମତିରେ ନିଦ୍ୱର୍ନ୍ଦ୍ୱରେ  ନିର୍ୱାଚିତ ହେଲେ ମନମୋହନ ।  ବିଜେପି ପାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି । ବିଧିବଦ୍ଧ ଭାବେ ଘୋଷଣା କଲେ ନିର୍ୱାଚନ ପଯ୍ୟବେକ୍ଷକ  ସଞ୍ଜୟ ଜୟସ୍ୱାଲ । ର୍ତୁର୍ଥ ଥର ପାଇଁ ରାଜ୍ୟ ବିଜେପି  ସଭାପତି ନିର୍ୱାଚିତ ହେଲେ ମନମୋହନ ।

 ଆସନ୍ତାକାଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ମନମୋହନ । ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣିବାରେ ୬୬ ବର୍ଷୀୟ ମନମୋହନ ସାମଲଙ୍କ ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ନେତୃତ୍ୱରେ ଲଢୁଥିଲା ଦଳ । ସଂଘ ପରିବାର ସହ ତାଙ୍କର ରହିଛି ଘନିଷ୍ଠ ସଂପର୍କ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ବିଏ, ଏଲଏଲଏମ୍ । ରାଜନୀତିରେ ମନମୋହନଙ୍କର ରହିଛି ଲମ୍ବା କ୍ୟାରିୟର୍ । ୧୯୫୯ ମସିହାରେ ଭଦ୍ରକ ଜିଲ୍ଲାରେ ଜନ୍ମିତ ମନମୋହନ ୧୯୭୯ ମସିହାରେ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ହୋଇଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ବେଳେ ସେ ରାଜନୀତି ଆଡକୁ ଆକର୍ଷିତ ହୋଇଥିଲେ । ପରେ ବିଜେପିରେ ଯୋଗ ଦେଇଥିଲେ । ରାଜ୍ୟ ବିଜେପିର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବା ପରେ ୧୯୯୯ ମସିହାରେ ସେ ରାଜ୍ୟ ବିଜେପିର ସଭାପତି ହୋଇଥିଲେ । ସେ ସଭାପତି ଥିବା ବେଳେ ୨୦୦୦ ମସିହାରେ ବିଜେଡି ସହ ମେଣ୍ଟ କରି ବିଜେପି ରାଜ୍ୟରେ କ୍ଷମତାକୁ ଆସିବାରେ ସକ୍ଷମ ହୋଇଥିଲା ।

ମନମୋହନ ସାମଲ ୨୦୦୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ସେ ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ସେ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ହୋଇଥିଲେ । ୨୦୦୮ ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ଧାମନଗର ଉପନିର୍ବାଚନରେ ମନମୋହନ ନିର୍ବାଚନ ପରିଚାଳନାର ଦାୟିତ୍ୱ ନେଇ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜୟୀ କରାଇଥିଲେ । ବିଜେଡିର ବିଜୟଧାରାରେ ଲଗାଇଥିଲେ ରୋକ୍ । ୨୦୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ୨୦୨୩ ମାର୍ଚ୍ଚରେ ମନମୋହନଙ୍କୁ ପିନ୍ଧାଯାଇଥିଲା ରାଜ୍ୟର କ୍ୟାପଟେନ୍ ମୁକୁଟ । ନେତୃତ୍ୱ ନେଉ ନେଉ ମନମୋହନ ଦେଇଥିଲେ ରଣହୁଙ୍କାର । ବିଜେପି ନିଶ୍ଚିତ ଜିତିବ ଓ ରାଜ୍ୟରେ ସରକାର କରିବ ବୋଲି ବାରମ୍ବାର ଦୋହରାଉଥିଲେ ସେ । ବିଜେପି ରାଜ୍ୟରେ କ୍ଷମତାକୁ ଆସିବାରେ ତାଙ୍କର ପ୍ରମୁଖ ଭୂମିକାକୁ ଦଳର ନେତାମାନେ ସ୍ୱୀକାର କରିଛନ୍ତି । ୨୪ ବର୍ଷ ତଳେ ସେ ସଭାପତି ଥିବା ବେଳେ ପ୍ରଥମେ ଦଳ କ୍ଷମତାକୁ ଆସିଥିଲା ଏଥର ବି କ୍ଷମତାକୁ ଆସିଛି । ସେ ଉପକୂଳ ଓଡିଶାରେ ଜଣେ ପଛୁଆ ବର୍ଗ ବା ଓବିସି ନେତା ଭାବେ ଜଣାଶୁଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking