28.1 C
Bhubaneswar
Monday, June 23, 2025
Homeଦେଶ ବିଦେଶହାରିଗଲେ ମନୀଷ ସିସୋଦିଆ

ହାରିଗଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ହାରିଲେ ମନୀଷ ସିସୋଦିଆ । ଜଙ୍ଗପୁରା ଆସନରେ ହାରିଲେ ମନୀଷ ସିସୋଦିଆ । ୬୦୦ ଭୋଟ ରେ ହାରିଛନ୍ତି ମନୀଷ । ଯଦି ମନୀଷ ସିସୋଦିଆ ଭୋଟରେ ବିଜୟ ହେଉଛନ୍ତି ତେବେ ମନୀଷ ଉପମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହେଉଥିଲା । ଅନ୍ୟପଟେ ଆପର ୩ ବଡ ନେତା ଅରବିନ୍ଦ କେଜ୍ରିୱାଲ, ଆତିଶୀ ମାର୍ଲେନା ଓ ମନୀଷ ସିସୋଦିଆ ଗଣତିରେ ପଛରେ ପଡିଥିବା ସୂଚନା ମିଳିଛି। ଦିଲ୍ଲୀର ୭୦ ଆସନ ମଧ୍ୟରୁ ୪୬ ଆସନରେ ଆଗରେ ରହିଛି ବିଜେପି । ତେବେ ଏବେ ଆସୁଥିବା ଟ୍ରେଣ୍ଡ ଯଦି ରେଜଲ୍ଟରେ ବଦଳେ, ତେବେ ଦୀର୍ଘ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ବିଜେପି । ଗତ ୫ ତାରିଖରେ ଦିଲ୍ଲୀରେ ପଡିଥିଲା ଭୋଟ୍, ଆଉ ସନ୍ଧ୍ୟା ୫ଟା ପରେ ଆସିଥିଲା ଏକଜିଟ୍ ପୋଲ୍ । ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ବହୁମତ ମିଳିବା ନେଇ ପୂର୍ବାନୁମାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking