13.1 C
Bhubaneswar
Sunday, January 18, 2026
Homeଅପରାଧମଣିପୁର ହିଂସା; ୧୩ ଦିନ ପରେ ଖୋଲିଲା ସ୍କୁଲ, କଲେଜ

ମଣିପୁର ହିଂସା; ୧୩ ଦିନ ପରେ ଖୋଲିଲା ସ୍କୁଲ, କଲେଜ

ଇମ୍ଫାଲ: ମଣିପୁରରେ ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଦୀର୍ଘ ୧୩ ଦିନର ବ୍ୟବଧାନ ପରେ ଶୁକ୍ରବାର ମଣିପୁରର ଇମ୍ଫାଲ ଓ ଜିରିବାମ ସମେତ ଅନ୍ୟ ଉତ୍ତେଜନାପୂର୍ଣ୍ଣ ଜିଲ୍ଲାରେ ଥିବା ସ୍କୁଲ, କଲେଜ ପୁଣି ଖୋଲିଛି। ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଯାଉଥିବା ଲକ୍ଷ୍ୟ କରାଯାଇଛି। ଇମ୍ଫାଲ ବ୍ୟତୀତ ବିଷ୍ଣପୁର, ଥୌବାଲ ଓ କାକ୍‌ଚିଙ୍ଗ୍‌, ଜିଲ୍ଲାରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନରେ ଶୁକ୍ରବାରଠାରୁ ପୁଣି ପାଠପଢା ଆରମ୍ଭ ହୋଇଛି। ସ୍କୁଲ, କଲେଜ ଖୋଲିଥିବାରୁ ଅଭିଭାବକମାନେ ମଧ୍ୟ ବହୁମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି। ଶିକ୍ଷକମାନେ ମଧ୍ୟ ଆଗ୍ରହର ସହ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଲକ୍ଷ୍ୟ କରାଯାଇଛି। ଶୁକ୍ରବାରଠାରୁ ଏହି ଜିଲାଗୁଡିକରେ କର୍ଫ୍ୟୁକୁ ସକାଳ ୫ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୋହଳ କରାଯାଇଛି। ସୂଚନାଯୋଗ୍ୟ ଚଳିତମାସ ୧୧ରେ ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ୧୧ କୁକି ଉଗ୍ରପନ୍ଥୀ ନିହତ ହେବାପରେ ଅନ୍ୟ କୁକି ଉଗ୍ରପନ୍ଥୀମାନେ ମୈତେଇ ସଂପ୍ରଦାୟର ତିନିଜଣ ମହିଳା ଓ ତିନି ଶିଶୁଙ୍କୁ ଅପହରଣ କରିନେଇଥିଲେ। ଘଟଣାର ପାଞ୍ଚଦିନ ପରେ ଏହି ମହିଳା ଓ ଶିଶୁଙ୍କର ମୃତଦେହ ଉଦ୍ଧାର ହେବାପରେ ମଣିପୁରରେ ସାନି ହିଂସା ଦେଖିବାକୁ ମିଳିଥିଲା। ଫଳରେ ରାଜ୍ୟ ସରକାର ଉପରୋକ୍ତ ଜିଲାରେ କର୍ଫ୍ୟୁ ଲାଗୁ କରିବା ସହ ମୋବାଇଲ, ଇଣ୍ଟରନେଟ୍ ସେବାକୁ ବାତିଲ କରିଥିଲେ। ଏଥିସହିତ ସବୁ ଶିକ୍ଷାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ରାଜ୍ୟରେ ସାମ୍ପ୍ରତିକ ହିଂସା ମଧ୍ୟରେ ଗତ ୧୬/୧୭ ତାରିଖରେ ଏଠାରେ ଏକ ପୁଲିସ୍ ଥାନା ଏବଂ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ ଅଭିଯୋଗରେ ୮ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ଏକାଧିକ ହିଂସାତ୍ମକ ଘଟଣାରେ ଏହି ୮ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ କହିଛି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପୁଲିସ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking