19.1 C
Bhubaneswar
Saturday, February 7, 2026
Homeଓଡିଶାଯୁବକଙ୍କ ବେକକୁ ପେଚକସରେ ଆକ୍ରମଣ କରି ହତ୍ୟା

ଯୁବକଙ୍କ ବେକକୁ ପେଚକସରେ ଆକ୍ରମଣ କରି ହତ୍ୟା

ଅନୁଗୁଳ: ତାଳଚେର ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରେ ଆକ୍ରମଣ କରି ହତ୍ୟା କରାଯାଇଛି। ମୃତକ ହେଲେ ତାଳଚେର ଟାଉନ ଅଞ୍ଚଳର ସନ୍ତୋଷ ମହାପାତ୍ର। ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।ସୂଚନା ଅନୁସାରେ କିଛି ଦିନ ପୂର୍ବରୁ  ହତ୍ୟାକାରୀ ଚଗଲା ଅମାନ୍ତ ମୃତକ ସନ୍ତୋଷ ମହାପାତ୍ରଙ୍କୁ ଏକ ଭୋଜିରେ ରୋଷେଇ କରିବାକୁ ଡାକି ନେଇଥିଲେ। ସେହି ଭୋଜିରେ ଚଗଲା ଅମାନ୍ତଙ୍କର ୭ ହଜାର ୨୦୦ ଟଙ୍କା ସନ୍ତୋଷ ଚୋରାଇ ଆଣିଥିବା ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଜି ଉକ୍ତ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ତାଳଚେର ଥାନା ନିକଟରେ ଯୁକ୍ତିତର୍କ ହୋଇଥିଲା ଯାହାକୁ ନେଇ ହତ୍ୟାକାରୀ ଚଗଲା ଏକ ପେଚକସ ମାଧ୍ୟମରେ ତାଙ୍କ ବେକକୁ ଆକ୍ରମଣ କରିଥିଲା। ପୁଲିସ ଚଗଲାଙ୍କୁ ଘଟଣା ସ୍ଥଳରୁ ସନ୍ତୋଷଙ୍କୁ ଉଦ୍ଧାର  କରି ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସନ୍ତୋଷଙ୍କୁ ଭୋଜି କରିବାକୁ ଡାକି ନେଇ ଚଗଲା ତାଙ୍କ ପଇସା ଦେଇନଥିବା ବେଳେ ମାଗିବାରୁ ସେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ଆଉ କିଛି ସମୟପରେ ସାଇଣ୍ଟିଫିକ ଟିମ୍ ପହଞ୍ଚିବ ବୋଲି ତାଳଚେର ଏସଡିପିଓ ଭରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking