17.1 C
Bhubaneswar
Friday, February 6, 2026
Homeଅପରାଧସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଝୁଣି ଖାଇଗଲେ କାମାନ୍ଧ ପୁରୁଷ

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଝୁଣି ଖାଇଗଲେ କାମାନ୍ଧ ପୁରୁଷ

ବିହାର: ଲିପ୍ଟ ବାହାନାରେ ସ୍ୱାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କୁ କଲେ ଗଣଦୁଷ୍କର୍ମ। ସ୍ତ୍ରୀ ଜଣଙ୍କ ଜଣେ ଡ୍ୟାନ୍ସର। ଡ୍ୟାନ୍ସ କରି ନିଜ ଗୁଜୁରାଣ ମେଣ୍ଟାନ୍ତି। ଆଉ ସେହି ଡ୍ୟାନ୍ସ ପ୍ରୋଗ୍ରାମ ସାରି ଭୋରୁ ଭୋରୁ ଘରକୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ। ଆଉ ରାସ୍ତାରେ ୩ ଜଣ ଲୋକଙ୍କୁ ରାସ୍ତା ପଚାରିଥିଲେ ସ୍ୱାମୀ। ଆଉ ରାସ୍ତା ଦେଖାଇଦେବା ବାହାନାରେ ସେମାନଙ୍କୁ ବାଇକରେ ବସାଇ ନେଇଥିଲେ। ଆଉ ପରେ ଆକ୍ରମଣ କରିଥିଲେ। ସ୍ୱାମୀଙ୍କୁ ଅଟକ ରଖି ସ୍ୱାମୀ ସାମ୍ନାରେ ଜଣକ ପରେ ଜଣେ ସ୍ତ୍ରୀକୁ ବଳାର୍କାର କରିଥିଲେ। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ବିହାରର ରାଜଧାନୀ ପାଟନାର ଉପକଣ୍ଠରେ ଥିବା ଶାହପୁର ଅଞ୍ଚଳରେ। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ମୁଖରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।

ମହିଳା ଜଣଙ୍କ ପେସାରେ ନୃତ୍ୟଶିଳ୍ପୀ। ଆଉ ନୃତ୍ୟ କରି ନିଜ ପରିବାର ଚଳାନ୍ତି। ସେଦିନ ବି ସବୁଦିନ ପରି ଡ୍ୟାନ୍ସ ପ୍ରୋଗ୍ରାମ କରିବାକୁ ଯାଇଥିଲେ ମହିଳା ଜଣକ। ଆଉ ସାଙ୍ଗରେ ଥିଲେ ତାଙ୍କ ସ୍ୱାମୀ। ହେଲେ ସ୍ୱାମୀଙ୍କ ଉପସ୍ଥିତିରେ ବି ମହିଳାଙ୍କୁ ଛାଡ଼ିଲେନି କାମାନ୍ଧ ପୁରୁଷମାନେ। ସେଦିନ ବି ଡ୍ୟାନ୍ସ ପ୍ରୋଗ୍ରାମ ସାରି ସ୍ୱାମୀ ସ୍ତ୍ରୀ ଘରକୁ ଫେରୁଥିଲେ। ଯେହେତୁ ନୂଆ ଜାଗା ସେମାନେ ବାଟ ଜାଣିପାରିନଥିଲେ। ତେଣୁ ବୁଧବାର ଭୋର ସମୟରେ ଏକ କାର୍ଯ୍ୟକ୍ରମ ସାରି ଆସିବା ବାଟରେ ସେମାନେ ରାସ୍ତାରେ ବାଟ ପଚାରିଥିଲେ। ଶାହପୁର ଡେରା ଗାଁରେ, ଦମ୍ପତି ତିନି ଜଣ ବ୍ୟକ୍ତିଙ୍କୁ ଦେଖିଲେ ଏବଂ ଦିଘୱାରା ରେଳ ଷ୍ଟେସନକୁ ଯିବାର ଦିଗ ପଚାରିଲେ। ଆଉ ରାସ୍ତାରେ ଯାଉଥିବା ୩ ଜଣ ଲୋକ ତାଙ୍କ ସ୍ୱାମୀଙ୍କୁ ଷ୍ଟେସନରେ ଛାଡିବା ବାହାନାରେ ସେମାନଙ୍କୁ ନିଜ ଗାଡ଼ିରେ ବସାଇନେଇଥିଲେ। ଆଉ ନିଛାଟିଆ ଜାଗା ଦେଖି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ୱାମୀଙ୍କ ସାମ୍ନାରେ ଜଣଙ୍କ ପରେ ଜଣେ ତାଙ୍କ ଡ୍ୟାନ୍ସର ସ୍ତ୍ରୀକୁ ଝୁଣି ଖାଇଥିଲେ। ହେଲେ ସବୁ ଦେଖୁଥିଲେ କିନ୍ତୁ କିଛି କରିପାରୁନଥିଲେ ସ୍ୱାମୀ ଜଣକ। ଶେଷରେ ସ୍ୱାମୀଙ୍କ ସାମ୍ନାରେ ଗଣଦୁଷ୍କର୍ମ କରି ସେଠାରୁ ଚାଲିଗଲେ ଅଭିଯୁକ୍ତମାନେ। ପୀଡିତାଙ୍କ ଅଭିଯୋଗ ଆଧାରରେ, ପୋଲିସ ବୁଧବାର ରାତିରେ ଦୁଇ ଅଭିଯୁକ୍ତ ମନୋଜ କୁମାର ଏବଂ ମନୀଷ କୁମାରଙ୍କୁ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ନାଗେନ୍ଦ୍ର କୁମାରଙ୍କୁ ଧରିବା ପାଇଁ ଖୋଜା ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking