16.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶମମତାଙ୍କୁ ଆହ୍ୱାନ ଦେଲା ଆତଙ୍କୀ ସଂଗଠନ; ମୋଦୀ ଶାସନରୁ ବେଙ୍ଗଲକୁ ମୁକ୍ତ କରିବାରେ ସହଯୋଗ କରିବୁ

ମମତାଙ୍କୁ ଆହ୍ୱାନ ଦେଲା ଆତଙ୍କୀ ସଂଗଠନ; ମୋଦୀ ଶାସନରୁ ବେଙ୍ଗଲକୁ ମୁକ୍ତ କରିବାରେ ସହଯୋଗ କରିବୁ

ନୂଆଦିଲ୍ଲୀ : ବାଂଲାଦେଶରେ ସକ୍ରିୟ ଥିବା ଅଲ୍ କାଏଦା ଆତଙ୍କୀ ସଂଗଠନ ସମର୍ଥିତ କୁଖ୍ୟାତ ଉଗ୍ରବାଦୀ ସଂଗଠନ ଅନ୍‌ସରୁଲ୍ଳାହ ବାଂଲା ଟିମ୍ (ଏବିଟି)ର ଶାଖା ମୁଖ୍ୟ ଜଶିମୁଦ୍ଦିନ୍ ରେହମାନି ହଫି, ଏବେ ଭାରତରେ ଅରାଜକତା, ବିଭାଜନ ତଥା ଆତଙ୍କବାଦଜନିତ ପରିସ୍ଥିତି ସୃଷ୍ଟି କରିବା ପାଇଁ ଅପଚେଷ୍ଟା କରୁଥିବା ନେଇ ସୂଚନା ମିଳିଛି। ଏଥିପାଇଁ ରେହମାନି ହଫି ଏବେ ଭାରତର ଅନ୍ୟତମ ଅଶାନ୍ତ ରାଜ୍ୟ ପଶ୍ଚିମବଙ୍ଗ (ବାଂଲା ଭାଷାବହୁଳ ରାଜ୍ୟ)କୁ ଟାର୍ଗେଟ୍ କରିଛି। ରିପୋର୍ଟ ଅନୁସାରେ ଏବିଟି ମୁଖ୍ୟ ଜଶିମୁଦ୍ଦିନ୍ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ଏକ ବଡ ଆହ୍ୱାନ ଦେଇଛି।
ଏବେ ସେ ବେଙ୍ଗଲ (ପଶ୍ଚିମବଙ୍ଗ)କୁ ମୋଦୀଙ୍କ ଶାସନରୁ ମୁକ୍ତ କରିବାରେ ତଥା ଏହାକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିବାରେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମମତାଙ୍କ ଆଗରେ ପ୍ରସ୍ତାବ ରଖିଛି। ସେହିପରି ଭାରତକୁ ଚେତାବନୀ ଦେବା ଉଦ୍ଦେଶ୍ୟରେ ଏକ ବଡ଼ ମନ୍ତବ୍ୟ ଦେଇ ସେ କହିଛି ଯେ, ଭାରତକୁ ଭାଗଭାଗ କରାଯିବ ଏବଂ ଦିଲ୍ଲୀରେ ନିଶ୍ଚିତ ଭାବେ ଇସ୍‌ଲାମିକ ପତାକା ଉଡ଼ିବ। ଏତଦ୍‌ବ୍ୟତୀତ ବାଂଲାଦେଶ ବିପକ୍ଷରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ସେ କହିଛି। ବାଂଲାଦେଶ କେବେ ହେଲେ ସିକ୍କିମ କିମ୍ବା ଭୁଟାନ ନୁହେଁ। ଏହା ୧୮ କୋଟି ମୁସଲିମଙ୍କ ଦେଶ। ଯଦି ଭାରତ, ବାଂଲାଦେଶ ବିପକ୍ଷରେ ପଦକ୍ଷେପ ନେବ, ତେବେ ଆମେ ଚୀନ୍‌କୁ ଚିକେନ ନେକ୍ (ସିଲିଗୁଡ଼ି କରିଡର)କୁ ବନ୍ଦ କରିବାକୁ କହିବୁ। ଆମେ ୭ ଭଉଣୀକୁ (ଉତ୍ତରପୂର୍ବ ୭ ରାଜ୍ୟ ସମୂହ) ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବାକୁ ଆହ୍ୱାନ କରିବୁ ବୋଲି ସେ ଉଲ୍ଲେଖ କରିଛି।
ଜଶିମୁଦ୍ଦିନ ଏକ ଭିଡିଓ ରିଲିଜ୍ କରି ଭାରତକୁ ଏପରି ଚେତାବନୀ ଦେଇଥିବା ବେଳେ ମମତାଙ୍କୁ ସ୍ୱତନ୍ତ୍ର ବାଂଲାଦେଶ ଗଠନ ପାଇଁ ସହଯୋଗ କରିବାର ପ୍ରସ୍ତାବ ଦେଇଛି। ଏହି ଭିଡିଓଟି ବାଂଲାଦେଶର କୌଣସି ଏକ ହସ୍ପିଟାଲ ୱାର୍ଡରେ ଚଳିତ ମାସ ପ୍ର୍‌ଥମ ସପ୍ତାହ ସୁଦ୍ଧା ରେକର୍ଡ ହୋଇଥିବା ଜଣାପଡିଛି। ଭିଡିଓଟିରେ ସେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାର ପତନ ହେବାର ମାସେ ପୂରିବା କଥା କହୁଥିବା ଦେଖିବାକୁ ମିଳିଛି। ପ୍ରକାଶ, ଜଣେ ବାଂଲାଦେଶୀ ବ୍ଲଗରଙ୍କୁ ହତ୍ୟା କରିବା ଘଟଣାରେ ଜଶିମୁଦ୍ଦିନ ଗତ ୫ ବର୍ଷ ହେଲା ଜେଲ୍‌ରେ ରହିଥିଲା। କିନ୍ତୁ ଶେଖ୍ ହସିନାଙ୍କ ସରକାର ପତନ ହେବା ଏବଂ ବାଂଲାଦେଶରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହେବା ପରେ ପରେ ତାକୁ ପାରୋଲ୍ ପ୍ରଦାନ କରାଯାଇଛି। ଏବେ ସେ ଜେଲ୍‌ରୁ ମୁକ୍ତ ହେବା ପରେ ଭାରତ ବିରୋଧରେ ବୟାନବାଜି କରିବା ଆରମ୍ଭ କରିଦେଇଛି। ପାକିସ୍ତାନର ବିଭିନ୍ନ ଆତଙ୍କୀ ସଂଗଠନ ସହ ଲିଙ୍କ୍ ରଖିଥିବା ଜଶିମୁଦ୍ଦିନ୍ ପଶ୍ଚିମବଙ୍ଗକୁ ଭାରତରୁ ଅଲଗା କରିବାର ଆହ୍ୱାନ ଦେବା ସହ ସମଗ୍ର ଭାରତରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ହେବ ବୋଲି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking