24.1 C
Bhubaneswar
Monday, April 6, 2026
Homeଓଡିଶାମମତା ମହାନ୍ତଙ୍କ ଭବିଷ୍ୟବାଣୀ; ବିଜେଡି ଉପରେ ବହୁ ନେତା ଖପ୍ପା, ଛାଡ଼ିପାରନ୍ତି ଦଳ

ମମତା ମହାନ୍ତଙ୍କ ଭବିଷ୍ୟବାଣୀ; ବିଜେଡି ଉପରେ ବହୁ ନେତା ଖପ୍ପା, ଛାଡ଼ିପାରନ୍ତି ଦଳ

ଭୁବନେଶ୍ୱର: ବିଜେଡି ଉପରେ ବହୁ ନେତା ଏବେ ଖପ୍ପା। ଆଗାମୀ ଦିନରେ ଦଳ ଛାଡ଼ିପାରନ୍ତି। ଏଭଳି ବଡ଼ ବୟାନ ଦେଇଛନ୍ତି ବିଜେଡି ଛାଡ଼ି ବିଜେପିରେ ମିଶିଥିବା ରାଜ୍ୟସଭା ସାଂସଦ ମମତା ମହାନ୍ତ। ଶନିବାର ଗଣାମାଧ୍ୟମକୁ ମମତା କହିଛନ୍ତି, ବିଜେଡି ପ୍ରତିଷ୍ଠାରେ ଯେଉଁମାନେ ପ୍ରମୁଖ ଥିଲେ, ସେମାନେ ଦଳରେ ନାହାନ୍ତି। ଦଳ ଅଣଦେଖା କରିଛି। ଏବେ କିଛି ବରିଷ୍ଠ ନେତା ଗ୍ରହଣ କରୁନଥିବାବେଳେ ଆଉ କିଛି ନେତା ବାଧ୍ୟବାଧକତାରେ ଦଳରେ ରହିଯାଇଛନ୍ତି। ତେବେ ବିଜେଡିର ଏକଛତ୍ରବାଦ ଶାସନରେ ପ୍ରାୟ ଅଧିକାଂଶ ନେତା କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ସେମାନେ ସେଇ ଦଳ ଛାଡ଼ି ବିଜେପିକୁ ଆସିପାରନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ବିଜେଡି କର୍ମୀ ଅସନ୍ତୁଷ୍ଟ। ସମୟ ଆସିଲେ ଆପଣ ସବୁ ଜାଣିପାରିବେ। ହେଲେ କିଏ ଆସିବେ କିଏ ଯିବେ ତାହା ସେମାନଙ୍କର ବ୍ୟକ୍ତିଗତ ବ୍ୟାପାର। ମୋ’ ପରେ ସୁଜିତ୍ କୁମାର ଦଳ ଛାଡ଼ିଲେ। ହୁଏତ ଆଗକୁ ଅନେକ ନେତା ଆସିପାରନ୍ତି। ଦେଢ଼ ବର୍ଷରୁ ଅଧିକ ସମୟ ହେବ ମୁଁ ଦଳ ଛାଡ଼ିବା ନେଇ ନିଷ୍ପତ୍ତି ନେଇଥିଲି ବୋଲି ମମତା ସ୍ପଷ୍ଟ କରିଛନ୍ତି। ମମତା ପୁଣି କହିଛନ୍ତି ଯେ, ବିଜେଡିର କୌଣସି ନେତା, ବିଧାୟକ, ସାଂସଦଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ନାହିଁ, କେବଳ ରାଜନୈତିକ ସ୍ଥିତି ଦେଖି ଏଭଳି କଥା କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking