34.9 C
Bhubaneswar
Monday, April 6, 2026
Homeଓଡିଶାମମତା ମହାନ୍ତ ହେବେ ବିଜେପିର ରାଜ୍ୟସଭା ପ୍ରାର୍ଥୀ !

ମମତା ମହାନ୍ତ ହେବେ ବିଜେପିର ରାଜ୍ୟସଭା ପ୍ରାର୍ଥୀ !

ଭୁବନେଶ୍ୱର : ମମତା ମହାନ୍ତ ହେବେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ । ଏନେଇ ଆସନ୍ତା ଦିନେ ଦୁଇଦିନ ଭିତରେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମକୁ ଏ ପ୍ରସଙ୍ଗରେ ରାଜ୍ୟ ବିଜେପି ପ୍ରଭାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟ ବିଧାନସଭାରେ ଶାସକ ବିଜେପିର ସଦସ୍ୟ ସଂଖ୍ୟା ବିଜେଡି ଠାରୁ ଅଧିକ ରହିଥିବାରୁ ଶାସକ ଦଳର ପ୍ରାର୍ଥୀ ରାଜ୍ୟସଭା ଉପନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ଅଧିକ ରହିଛି । ତେଣୁ ମମତା ବିଜେପି ପକ୍ଷରୁ ପ୍ରାର୍ଥୀ ହେଲେ ସେ ରାଜ୍ୟସଭା ସାଂସଦ ହେବା ସୁନିଶ୍ଚିତ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ୯ଟି ରାଜ୍ୟର ୧୨ଟି ଆସନ ପାଇଁ ଗତ ୭ ତାରିଖରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ବିଜ୍ଞପ୍ତି ଜାରି କରିଥିଲେ । ରାଜ୍ୟସଭା ସାଂସଦ ପଦରୁ ମମତା ମୋହାନ୍ତ ଇସ୍ତଫା ଦେବା ପରେ ଓଡ଼ିଶାରେ ଗୋଟିଏ ପଦ ଖାଲି ପଡ଼ିଥିଲା । ବିଜେଡିରୁ ଇସ୍ତଫା ଦେବେ ପରେ ମମତା ବିଜେପିରେ ସାମିଲ ହୋଇଥିଲେ । ତେଣୁ ତାଙ୍କୁ ଦଳ ପୁଣି ରାଜ୍ୟସଭା ପଠାଇପାରେ ବୋଲି ଚର୍ଚ୍ଚା ହେଉଛି । ବିହାର, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନା ଆଦି ରାଜ୍ୟରେ ମଧ୍ୟ ରାଜ୍ୟସଭା ଆସନ ଖାଲି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking