25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶମମତା ବାନାର୍ଜୀଙ୍କ ସାଂଘାତିକ ଅଭିଯୋଗ: କହିଲେ..

ମମତା ବାନାର୍ଜୀଙ୍କ ସାଂଘାତିକ ଅଭିଯୋଗ: କହିଲେ..

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି। ଗୁରୁବାର କୋଲକାତାର ନେତାଜୀ ଷ୍ଟାଡିୟମରେ ଆୟୋଜିତ ଏକ ଦଳୀୟ ବୈଠକରେ ମଧ୍ୟ ସେ ବିଜେପି ବିରୋଧରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଅନିୟମିତତା କରି ବିଜୟୀ ହୋଇଥିବା ଭଳି ସଂଗୀନ ଅଭିଯୋଗ ଲଗାଇଛନ୍ତି। ବୈଠକରେ ଉପସ୍ଥିତ ଦଳୀୟ ସାଂସଦ, ବିଧାୟକଙ୍କ ସହ ବ୍ଲକ୍‌ସ୍ତରୀୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କୁ ସମ୍ବୋଧିତ କରିବା ଅବସରରେ ମମତା ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବିଜେପିର ବିଜୟ ପାଇଁ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀକୁ ମୁଖ୍ୟତଃ ଦାୟୀ କରିଛନ୍ତି।

ମମତା କହିଛନ୍ତି, ହରିଆଣା ଏବଂ ଗୁଜରାଟର ଲୋକଙ୍କ ନକଲି ଭୋଟ୍ ଦେଇ ଦିଲ୍ଲୀ ଏବଂ ମହାରାଷ୍ଟ୍ର ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ଏପରିକି ଏବେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେସ କୁମାରଙ୍କୁ ନିଯୁକ୍ତ କରିବା ପରେ ବିଜେପି ନିର୍ବାଚନ ଆୟୋଗକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ଯଦି ନିର୍ବାଚନ ଆୟୋଗ ନିରପେକ୍ଷ ନହୁଏ ତେବେ ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ହୋଇପାରିବ ନାହିଁ। ତେବେ ବିଜେପି ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଯାହାସବୁ କରି ବିଜୟୀ ହୋଇଛି ପଶ୍ଚିମବଙ୍ଗରେ ସେପରି କରାଇଦିଆଯିବ ନାହିଁ। ଯଦି ଆବଶ୍ୟକ ହୁଏ ତେବେ ଆମେ ଭୋଟର ତାଲିକାରୁ ନକଲି ଭୋଟରଙ୍କ ନାମ ହଟାଇବାକୁ ଦାବି କରି ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେବୁ।

ଅନ୍ୟପକ୍ଷେ ବୈଠକରେ ଉପସ୍ଥିତ ଥିବା ଟିଏମ୍‌ସି ସାଧାରଣ ସମ୍ପାଦକ ତଥା ମମତାଙ୍କ ପୁତୁରା ତଥା ଟିଏମ୍‌ସି ସାଂସ ଅଭିଷେକ ବାନାର୍ଜୀ କର୍ମୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର କୌଣସି ପ୍ରକାରର ମତଭେଦ ନାହିଁ। ସେ ତୃଣମୂଳ କଂଗ୍ରେସର ଜଣେ ବିଶ୍ୱସ୍ତ ସୈନିକ ଏବଂ ତାଙ୍କର ନେତା ହେଉଛନ୍ତି ମମତା ବାନାର୍ଜୀ। ବିଜେପିରେ ସେ ଯୋଗଦେବା ନେଇ ହେଉଥିବା ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ କରି ଅଭିଷେକ କହିଛନ୍ତି ଯେ ଯେଉଁମାନେ କହୁଛନ୍ତି ଯେ ସେ ବିଜେପିରେ ଯୋଗ ଦେଉଛି ସେମାନେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି। ମମତା ଏବଂ ତାଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଯଦି ତାଙ୍କ ଗଳା ମଧ୍ୟ କାଟି ଦିଆଯାଏ ତେବେ ସେ ବିଜେପିରେ ଯୋଗଦେବା ତ ଦୂରର କଥା ବିଜେପିର ସଦସ୍ୟତା ମଧ୍ୟ ଗ୍ରହଣ କରିବେ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking