23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶମମତା ବାନାର୍ଜୀଙ୍କ ବଡ଼ ଘୋଷଣା; ବାଂଲାଦେଶୀଙ୍କୁ ଆଶ୍ରୟ ଦେବ ପଶ୍ଚିମବଙ୍ଗ

ମମତା ବାନାର୍ଜୀଙ୍କ ବଡ଼ ଘୋଷଣା; ବାଂଲାଦେଶୀଙ୍କୁ ଆଶ୍ରୟ ଦେବ ପଶ୍ଚିମବଙ୍ଗ

କୋଲକାତା: ବାଂଲାଦେଶରେ ଚାଲିଥିବା ଅଶାନ୍ତି ଓ ଗୃହଯୁଦ୍ଧଜନିତ ପରିସ୍ଥିତି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି । କୋଲକାତା ଠାରେ ଆୟୋଜିତ ସହିଦ୍ ଦିବସ ରାଲିକୁ ସମ୍ବୋଧିତ କରିବାକୁ ଯାଇ ନିଜ ଅଭିଭାଷଣରେ ମମତା ବାନାର୍ଜୀ କହିଛନ୍ତି ଯେ, ପଡୋଶୀ ଦେଶ ବାଂଲାଦେଶର ନାଗରିକମାନେ ଯଦି ଆମ ପାଖକୁ ଆସି ଆଶ୍ରୟ ଚାହାନ୍ତି ତେବେ ପଶ୍ଚିମବଙ୍ଗ ସେମାନଙ୍କୁ କଦାପି ନିରାଶ କରିବ ନାହିଁ, ବରଂ ସେମାନଙ୍କୁ ଆଶ୍ରୟ ଦେବା ସହ ଥଇଥାନ କରାଇବ । ମମତା ବାନାର୍ଜୀ ଶରଣାର୍ଥୀଙ୍କ ଉପରେ ଜାତିସଂଘର ପ୍ରସ୍ତାବକୁ ଉଲ୍ଲେଖ କରିବାକୁ ଯାଇ ଏପରି କହିଛନ୍ତି ।

ମମତା, ବାଂଲାଦେଶରେ ଚାଲିଥିବା ହିଂସା ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସେଠାରେ ଥିବା ପଶ୍ଚିମବଙ୍ଗର ନାଗରିକଙ୍କୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ । ତାଙ୍କ ସରକାର ବାଂଲାଦେଶରୁ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସବୁପ୍ରକାର ଚେଷ୍ଟା କରୁଛନ୍ତି । ସେହିପରି ଯଦି ବାଂଲାଦେଶର ନାଗରିକ ମଧ୍ୟ ପଶ୍ଚିମବଙ୍ଗ ଆସିବାକୁ ଚାହିଁବେ ତେବେ ସେମାନଙ୍କୁ ମଧ୍ୟ ସମର୍ଥନ ଦିଆଯିବ ବୋଲି ମମତା କହିଛନ୍ତି । ମମତାଙ୍କ କହିବାନୁସାରେ କେବଳ ବଙ୍ଗଳା ହିଁ ଭାରତର ଅସ୍ତିତ୍ୱକୁ ସୁରକ୍ଷିତ କରିପାରିବ, ବେଙ୍ଗଲ ବିନା ଭାରତ ନାହିଁ । ବାଂଲାଦେଶରେ ଚାଲିଥିବା ବିକ୍ଷୋଭ ସମ୍ପର୍କରେ ମମତା କହିଛନ୍ତି, ଲୋକଙ୍କ ପ୍ରତି ଅନ୍ୟାୟ ହେବା ଉଚିତ୍ ନୁହେଁ ଏବଂ ଏହାକୁ ବରଦାସ୍ତ କରାଯିବା ମଧ୍ୟ ଉଚିତ୍ ନୁହେଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking