27.1 C
Bhubaneswar
Wednesday, September 18, 2024
Homeଦେଶ ବିଦେଶଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କଲେ ମମତା ବାନାର୍ଜୀ

ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କଲେ ମମତା ବାନାର୍ଜୀ

କୋଲକାତା : ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରଙ୍କ ସହ ଲାଗି ରହିଥିବା ଅଚଳା ଅବସ୍ଥା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ନିଜ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ଆଜି କହିଛନ୍ତି । ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଆଜି ସେମାନଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର ଥିଲେ । ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ହେଁ କେହି ବି ସେଠାକୁ ଆସି ନଥିଲେ । ଏହାକୁ ନେଇ ମମତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାପରେ ସେ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି । ମମତା କହିଛନ୍ତି, “ଆମ ସରକାର ଅପମାନିତ ହୋଇଛନ୍ତି ।

ସାଧାରଣ ଲୋକ ଜାଣନ୍ତି ନାହିଁ ଯେ ଏହାକୁ ରାଜନୀତିକ ରଙ୍ଗ ଦିଆଯାଉଛି । ସେମାନେ ନ୍ୟାୟ ଚାହୁଁ ନାହାନ୍ତି । ସେମାନେ ଚେୟାର ଚାହୁଁନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ପଦ ଛାଡ଼ିବାକୁ ପ୍ରସ୍ତୁ । ମୁଁ ମୁଖ୍ୟମନ୍ତ୍ରୀ ପଦ ଚାହେଁ ନାହିଁ । ମୁଁ ତିଳୋତମାଙ୍କ ପାଇଁ ନ୍ୟାୟ ଚାହୁଁଛି । ସାଧାରଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇପାରନ୍ତୁ ବୋଲି ମୁଁ ଚାହୁଁଛି ।” ମମତା ବାନାର୍ଜୀ ଆହୁରି କହିଛନ୍ତି, “ଆମ ପାଖରେ ବୈଠକକୁ ରେକର୍ଡ କରିବାର ପୂରା ବ୍ୟବସ୍ଥା ରହିଥିଲା । ସ୍ୱଚ୍ଛତା ଓ ପ୍ରକୃତ ତଥ୍ୟ ପାଇଁ ଆମେ ପୂରା ପ୍ରକ୍ରିୟାର ଭିଡିଓ ରେକର୍ଡିଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜାରି କରିବା ପାଇଁ ପ୍ରସ୍ତୁତ ଥିଲୁ । ମାମଲା ବିଚାର ପ୍ରକ୍ରିୟାରେ ରହିଥିବାରୁ ଆମେ ଲାଇଭ ଟେଲିକାଷ୍ଟ କରିବା ସପକ୍ଷରେ ନାହୁଁ ।” ଆନ୍ଦୋଳନକାରୀ ଡାକ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ୫ଟାରେ ହେବାକୁ ଥିବା ବୈଠକ ପାଇଁ ରାଜି ହୋଇଥିଲେ । କିନ୍ତୁ ଲାଇଭ ଟେଲିକାଷ୍ଟ ଦାବିରେ ସେମାନେ ନବାନ୍ନ ଭିତରକୁ ମିଟିଂ ପାଇଁ ଆସି ନାହାନ୍ତି । ମମତା ଓ ଜଣେ ଅଧିକାରୀ ଚେୟାର ପକାଇ ଆଲୋଚନା କରିବାକୁ ଅପେକ୍ଷା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking