ନୂଆଦିଲ୍ଲୀ : ପ୍ରତିବର୍ଷ ଜୁନ୍ ୨୫ରେ ‘ସମ୍ୱିଧାନ ହତ୍ୟା ଦିବସ’ ପାଳନ କରାଯିବା ନେଇ ତେଜିଲା ବିବାଦ । କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିବା ପରେ ତେଜିଛି ଏହି ରାଜନୀତି ବିବାଦ ।ଯାହାକୁ ନେଇ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କଟାକ୍ଷ କରି କହିଛି ମୋଦୀ ସରକାର ଦୀର୍ଘ ୧୦ ବର୍ଷ ହେବ ପ୍ରତିଦିନ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି ଖଡଗେ । ସମ୍ବିଧାନର ହତ୍ୟା ନାମକରଣ ଆପଣଙ୍କ ମୁହଁରୁ ଶୋଭା ପାଉନାହିଁ ବୋଲି ଖଡ଼ଗେ କହିଛନ୍ତି । ଏଥିସହିତ କ୍ଷମତାରେ ଥାଇ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣ ଦେଶର ପ୍ରତ୍ୟେକ ଗରିବ ଓ ବଞ୍ଚିତ ବର୍ଗଙ୍କ ଠାରୁ ଆତ୍ମସମ୍ମାନ ଛଡ଼ାଇ ନେଇଛନ୍ତି ବୋଲି ଖଡଗେ କହିଛନ୍ତି । ଯେତେବେଳେ ଜଣେ ବିଜେପି କର୍ମକର୍ତ୍ତା ମଧ୍ୟପ୍ରଦେଶରେ କୌଣସି ଆଦିବାସୀଙ୍କ ଉପରେ ପରିସ୍ରା କରୁଛନ୍ତି କିମ୍ବା ଯେତେବେଳେ ୟୁପି ସରକାର ହାଥରସରେ ଜଣେ ଦଳିତ ଝିଅକୁ ଜୋରଜବରଦସ୍ତ ଅନ୍ତିମ ସଂସ୍କାର କରୁଛନ୍ତି। ସେତେବେଳେ ଏହି “ସମ୍ବିଧାନର ହତ୍ୟା” ହେଉନି କି । ଅନ୍ୟପଟେ ମଣିପୁର ପ୍ରସଙ୍ଗ ଉଠାଇ ମୋଦୀଙ୍କୁ ଜବାବ ମାଗିଛନ୍ତି ଖଡଗେ।