21.1 C
Bhubaneswar
Sunday, February 1, 2026
Homeଅପରାଧମଲ୍ଲି ଜେନା ହତ୍ୟାକାଣ୍ଡ ଘଟଣା ; ୮ଦୋଷୀଙ୍କୁ ୧୦ବର୍ଷର୍ ଲେଖାଏଁ ଜେଲ୍

ମଲ୍ଲି ଜେନା ହତ୍ୟାକାଣ୍ଡ ଘଟଣା ; ୮ଦୋଷୀଙ୍କୁ ୧୦ବର୍ଷର୍ ଲେଖାଏଁ ଜେଲ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ନିର୍ବାଚନ ମଣ୍ଡଳୀର ଶାଳଦେଇ ପଞ୍ଚାୟତ ଅନ୍ତର୍ଗତ ଶାଳଦେଇ ଗ୍ରାମର ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡ ଘଟଣାରେ ଗୁରୁବାର ଆନନ୍ଦପୁର ଅଦାଲତରେ ଶୁଣାଣି ସମ୍ପନ୍ନ ହୋଇଛି। ଏହି ମାମଲାରେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଦେବଦତ୍ତ ଦାସ ମହାପାତ୍ର ୮ଜଣ ଦୋଷୀଙ୍କୁ ୧୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହିତ ୧୦ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ତିନିମାସର କାରାଦଣ୍ଡାଦେଶ ପାଇଁ ରାୟରେ ଉଲ୍ଲେଖ ରହିଛି। ମୋଟ୍ ୨୧ ଜଣ ସାକ୍ଷୀଙ୍କ ବୟାନ ଓ ୪୩ଟି ଦସ୍ତାବିଜ ଆଧାରରେ ଏହି ରାୟ ପ୍ରକାଶ ପାଇଥିବା ସରକାରୀ ଅଧିବକ୍ତା ସୌମିତ୍ରୀ କୁମାର ରାଉତ ସୂଚନା ପ୍ରଦାନ କରିଛନ୍ତି। ବାଲି ଚୋରାଚାଲାଣକୁ କେନ୍ଦ୍ରକରି ଗ୍ରାମବାସୀଙ୍କ ଦ୍ୱାରା ରାସ୍ତାରୋକ ଘଟଣାରେ ୫୮ ବର୍ଷର ମହିଳା ମଲ୍ଲୀ ଜେନାଙ୍କୁ ଘରଭିତରୁ ଘୋଷାରି ଆଣି ବିଚ୍ ରାସ୍ତାରେ ହତ୍ୟା କରାଯାଇଥିଲା।

ପ୍ରକାଶ ଯେ ଗତ ୨୦୨୩ ମାର୍ଚ୍ଚ ୨୨ତାରିଖ ସକାଳେ ୧୦୦ରୁ ୧୨୦ ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଆସିଥିଲେ। ବର୍ତ୍ତମାନର ଘଷିପୁରା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ବଡପଦନା ଗ୍ରାମର କାଳନ୍ଦୀ ସାହୁଙ୍କ ପୁଅ ମଦନମୋହନ ସାହୁ ଓରଫ ବାବନ (୪୯ )ଙ୍କ ନେତୃତ୍ୱରେ ଶାଳଦେଇ ଗ୍ରାମର ଭାଗୀରଥି ବୋଇତେଇଙ୍କ ପୁଅ ହରେକୃଷ୍ଣ ବୋଇତେଇ (୪୨), ତରୁଆଁ ଗ୍ରାମର ଅଭିମନ୍ୟୁ ରାଉତଙ୍କ ପୁଅ ଅମରେଶ ରାଉତ(ସିପୁ-୩୦),ବଡପଦନା ଗ୍ରାମର କାଳନ୍ଦୀ ସାହୁଙ୍କ ପୁଅ ସନ୍ତୋଷ ସାହୁ( ୪୦),ଗୋବିନ୍ଦ ପଲେଇଙ୍କ ପୁଅ ଭାଗୀରଥି ପଲେଇ( ୩୫), ହୃଷିକେଶ ରାଉତଙ୍କ ପୁଅ ଅଞ୍ଜନ ରାଉତ (ଚିଲୁ- ୨୭)ତରୁଆଁ ଗ୍ରାମର ଗୋପୀନାଥ ବେହେରାଙ୍କ ପୁଅ ବଳରାମ ବେହେରା ଓରଫ ବଳିଆ(୫୨), ନାରାୟଣ ବେହେରାଙ୍କ ପୁଅ ମାନସ ରଞ୍ଜନ ବେହେରା ଓରଫ ସିପୁନ(୨୫) ପ୍ରମୁଖ ମିଳିମିଶି ମଲ୍ଲୀ ଜେନାଙ୍କୁ ଆକ୍ରମଣ କରିଥିଲେ। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ରପୁର ପୁଲିସ ଥାନା କେସ୍ ନମ୍ବର ୭୨/୨୩ରେ ତଦନ୍ତ କରି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଆନନ୍ଦପୁର ଅତିରିକ୍ତ ଦୌରାଜଜ ଏସ୍‌ଟି କେସ୍ ନମ୍ବର ୭୬/୨୩ରେ ବିଚାର କରି ସାକ୍ଷ୍ୟ ପ୍ରମାଣ ଆଧାରରେ ୩୦୪(ବି)ରେ ୧୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହିତ ୧୦ହଜାର ଜୋରିମାନା ଓ ଜୋରିମାନା ଅନାଦେୟ ଅଧିକ ୩ମାସ, ୩୨୬ଧାରାରେ ୫ବର୍ଷ କାରାଦଣ୍ଡାଦେଶ ସହିତ ୫ହଜାର ଜୋରିମାନା ଓ ଅନାଦେୟ ଅଧିକ ୧ମାସ କାରାଦଣ୍ଡାଦେଶ, ୧୪୭ ଓ ୩୨୩ଧାରାରେ ୧ବର୍ଷ ଲେଖାଏଁ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking