27.1 C
Bhubaneswar
Thursday, March 26, 2026
Homeଓଡିଶାଲଗାଣ ବର୍ଷାରେ ବେହାଲ ମାଲକାନଗିରି

ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି : ଜଳ ଘେରରେ ମାଲକାନଗିରି। ଲଗାଣ ବର୍ଷା ହେତୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ହୋଇଛି। ଜିଲ୍ଲାର ପୋଟେରୁ ଗ୍ରାମ ସମ୍ପୂର୍ଣ୍ଣ ରୂପେ ଜଳ ମୟ ହୋଇଥିବା ବେଳେ ଗ୍ରାମ ମଧ୍ୟରେ ପ୍ରାୟ ୫ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି। ଯାହାଫଳରେ ମାଲକାନଗିରି କାଲିମେଳା ଯାତାୟାତ ସମ୍ପୂର୍ଣ ରୂପେ ବନ୍ଦ ହୋଇଛି। ସେହିପରି ଜିଲ୍ଲାର ତାମସା ଠାରେ ମଧ୍ୟ ରାସ୍ତା ଉପରେ ପାଣି ଆସିବରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତାମସା ଗ୍ରାମ ନିକଟରେ ଏକ ଘର ମଧ୍ୟରେ ଫସି ରହିଥିବା ୩ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ବିଭିନ୍ନ ସ୍ଥାନରେ ଗଛ ପଡିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ଆରଟିଓ ଅଫିସରେ କିଛି ଲୋକଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସଜାଗ ଥିବା ବେଳେ ପୋଲିସ ଟିମ ମଧ୍ୟ ବିଭିନ୍ନ ସ୍ଥାନରେ ମୁତ୍ତୟନ ହୋଇଛନ୍ତି। ସମାନ ରୂପେ ଜିଲ୍ଲାର ବିଭିନ୍ନ ନଦିର ଜଳ ସ୍ତର ବୃଦ୍ଧି ଯୋଗୁଁ କାଲିମେଳାରୁ ପଡିଆ, ମାଲକାନଗିରିରୁ ଜୟପୁର ସହ ବିଭିନ୍ନ ସ୍ଥାନକୁ ଯାତାୟାତ ବନ୍ଦ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking