24.1 C
Bhubaneswar
Monday, April 6, 2026
Homeଓଡିଶାଲକ୍ଷ୍ମୀ ବସ୍‌କୁ ବିରୋଧ, ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ୍ ମାଲିକ ସଂଘ

ଲକ୍ଷ୍ମୀ ବସ୍‌କୁ ବିରୋଧ, ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ୍ ମାଲିକ ସଂଘ

ମାଲକାନଗିରି : ମାଲକାନଗିରିରେ ଲକ୍ଷ୍ମୀ ବସ୍‌କୁ ବିରୋଧ । ଏସି ଲକ୍ଷ୍ମୀ ବସ୍‌କୁ ମାଲକାନଗିରି ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଛି । ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଆସନ୍ତା ୨୬ ତାରିଖ ଭିତରେ ଟାଇପ-୨ ଲଷ୍ମୀ ବସ୍ ଯଦି ବନ୍ଦ କରାନଯାଏ ତେବେ ୨୭ ତାରିଖ ସକାଳ ୭ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି ।

ଟାଇପ-୧ ଅର୍ଥାତ ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଆସୁଥିବା ଲକ୍ଷ୍ମୀ ବସ୍‌କୁ ବିରୋଧ କରୁନାହିଁ ଘରୋଇ ବସ୍ ମାଲିକ ସଂଘ । କିନ୍ତୁ ଟାଇପ-୨ ଅର୍ଥାତ ବ୍ଲକ ସଦର ଜିଲ୍ଲା ସଦର ପର୍ଯ୍ୟନ୍ତ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌କୁ ବିରୋଧ କରୁଛି ସଂଘ । କାରଣ ଏହି ବସ୍ ଚାଲିଲେ ଜିଲ୍ଲା ମଧ୍ୟରେ ଚାଲୁଥିବା ଘରୋଇ ବସ୍‌ରେ ଯାତ୍ରୀ ହେଉନଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି ଘରୋଇ ବସ୍ ମାଲିକ । ତେଣୁ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଘରୋଇ ବସ୍ ବନ୍ଦ ହେବା ପରେ ଆଗାମୀ ଦିନରେ ସାରା ରାଜ୍ୟରେ ଘରୋଇ ବସ୍ ସେବାକୁ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking