24.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶମୋଦୀ ସରକାରଙ୍କୁ ଟାର୍ଗେଟ କଲେ ଖଡ଼ଗେ

ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ଖଡ଼ଗେ

ନୂଆଦିଲ୍ଲୀ: ହରିୟାଣା ଓ ‌ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଗତକାଲି କର୍ମଚାରୀମାନଙ୍କୁ ଖୁସି କରିବା ପାଇଁ ଏକ ବଡ଼ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୟୁପିଏସ୍‌ (ୟୁନିଫାଏଡ୍‌ ପେନ୍‌ସନ୍‌ ସ୍କିମ୍‌)କୁ ମଞ୍ଜୁରି ମିଳିଥିଲା । ୟୁପିଏସ୍‌ ଅଧୀନରେ କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ, ଫ୍ୟାମିଲି ପେନ୍‌ସନ୍ ଏବଂ ନିଶ୍ଚିତ ସର୍ବନିମ୍ନ ପେନସନ୍‌ ପ୍ରଦାନ କରିବେ। ୟୁପିଏସ୍‌କୁ ଚୟନ କରୁଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ସେମାନଙ୍କ ବେତନର ୫୦ ପ୍ରତିଶତ ପେନ୍‌ସନ୍‌ ପ୍ରଦାନ ନେଇ ପ୍ରତିଶ୍ରୁତି କେନ୍ଦ୍ର ସରକାର ଦେଇଥିଲେ । ଏହାଦ୍ବାରା କେନ୍ଦ୍ର ସରକାରଙ୍କ ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ।

ତେବେ ଏହାକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି । କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ଏହି ସ୍କିମରେ ‘ୟୁ’ର ଅର୍ଥ ହେଉଛି ‘ୟୁ ଟର୍ଣ୍ଣ’ । କଂଗ୍ରେସ ଅଧ୍ୟକ୍ଷ ସାମାଜିକ ଗଣମାଧ୍ୟମ ଏକସରେ ଲେଖିଛନ୍ତି ଯେ ୟୁପିଏସରେ ‘ୟୁ’ର ଅର୍ଥ ହେଉଛି ୟୁ ଟର୍ଣ୍ଣ। ଜୁନ ୪ ପରେ ଲୋକଙ୍କ ଶକ୍ତି ଆଗରେ ପ୍ରଧାନମନ୍ତ୍ରୀଙ୍କ ଅଂହକାର ମୁଣ୍ଡ ନୁଆଁଇଛି। ସୂଚନାଯୋଗ୍ୟ,ଏରିଅର୍‌ ବାବଦରେ ସରକାରଙ୍କୁ ୮୦୦ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏଥିସହିତ ପ୍ରଥମ ବର୍ଷରେ ବାର୍ଷିକ ଖର୍ଚ୍ଚ ପ୍ରାୟ ୬୨୫୦ କୋଟି ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନ୍‌ପିଏସ୍‌ରେ ବର୍ତ୍ତମାନ ସଦସ୍ୟ ଥିବା କର୍ମଚାରୀମାନେ ମଧ୍ୟ ୟୁପିଏସ୍‌କୁ ଚୟନ କରିପାରିବେ। ଏନ୍‌ପିଏସ୍‌ ପରିବର୍ତ୍ତେ ୟୁପିଏସ୍‌କୁ ଚୟନ କରିଲେ କେନ୍ଦ୍ର ସରକାରଙ୍କ ଅଧିକାଂଶ କର୍ମଚାରୀ ଉପକୃତ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking