ନୂଆଦିଲ୍ଲୀ: ୧୭ ବର୍ଷ ତଳେ ରହିଥିବା ମହାରାଷ୍ଟ୍ର ମାଲେଗାଁଓ ବିସ୍ଫୋରଣ ମାମଲାରେ ଆସିଲା ବଡ ରାୟ । ଏହି ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ଘୋଷଣା । ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସ୍ୱାଧୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି । ମୁମ୍ବାଇର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି । ୨୦୦୮ ସେପ୍ଟେମ୍ବର ୨୯ରେ ଘଟିଥିବା ଏହି ବିସ୍ଫୋରଣ ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ମହାରାଷ୍ଟ୍ରର ନାସିକ ଜିଲ୍ଲାର ମାଲେଗାଁଓ ଭଳି ଏକ ମୁସଲମାନ ବହୁଳ ଜନ ଗହଳି ଅଞ୍ଚଳରେ ଏକ ମୋଟର ସାଇକେଲ ବୋମା ବିସ୍ଫୋରଣ ଘଟିଥିଲା । ଏହି ଘଟଣା ପାଇଁ ସେତବେଳର ବିଜେପି ସାଂସଦ ପ୍ରଜ୍ଞାସିଂ ଠାକୁର ଏବଂ ସେବାରେ ଥିବା ସେନାର ଲେଫ୍ଟନାଣ୍ଟ କଣ୍ଣେଲ ପ୍ରସାଦ ପ୍ରୋହିତକୁ ଦାୟୀ କରାଯାଇଥିଲା । ଏମାନଙ୍କ ସହ ମୋଟ ୭ ଜଣ ହିନ୍ଦୁ ଉଗ୍ରବାଦୀ ଏହି ଘଟଣାରେ ଅଭିଯୁକ୍ତ ବୋଲି କୁହାଯାଇଥିଲା । ଏହି ମାମଲାର ତଦନ୍ତ ପ୍ରଥମେ ମହାରାଷ୍ଟ୍ର ପୋଲିସ ନୋଟିସ କରୁଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ମହାରାଷ୍ଟ୍ରର ଆତହ୍କୀ ବିରୋଧୀ ସ୍କ୍ୱାର୍ଡକୁ ଏହି ଦାୟିତ୍ୱ ଦିଆଯାଇଥିଲା ।









