23.1 C
Bhubaneswar
Saturday, February 14, 2026
Homeଓଡିଶାମ୍ୟାଲେରିଆ ନେଇଗଲା ଛାତ୍ରୀଙ୍କ ଜୀବନ

ମ୍ୟାଲେରିଆ ନେଇଗଲା ଛାତ୍ରୀଙ୍କ ଜୀବନ

ରାୟଗଡ଼ା: ରାୟଗଡ଼ା ଜିଲ୍ଳା ସଦର ବ୍ଲକ ବାଇସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଗୁରୁବାର-ଶୁକ୍ରବାର ରାତିରେ ମୃତ୍ୟବରଣ କରିଥିବା ଜଣାପଡ଼ିଛି। ମୃତ ଛାତ୍ରୀଙ୍କ ନାମ ନନ୍ଦିନୀ ତାଡିଙ୍ଗି (୯)। ଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟରେ ମଙ୍ଗଳ ବିଭାଗର ହଷ୍ଟେଲ କର୍ତ୍ତୃପକ୍ଷଙ୍କର ଅବହେଳା ଯୋଗୁଁ ନନ୍ଦିନୀଙ୍କର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ତଦନ୍ତ ପରେ ଘଟଣା ଅଧିକ ଜଣାପଡ଼ିବ।  ସୂଚନା ଅନୁସାରେ ନନ୍ଦିନୀଙ୍କୁ ଗତ ୨୯ ତାରିଖ ଦିନ ଜ୍ବର ହୋଇଥିଲା। ବିଦ୍ୟାଳୟରେ ମ୍ୟାଲେରିଆ କିଟ୍ ମାଧ୍ୟମରେ ତାଙ୍କର ପରୀକ୍ଷା କରାଯାଇ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଅଣାଯାଇଥିଲା। ରକ୍ତ ପରୀକ୍ଷା ବେଳେ ନମୁନାରେ ମ୍ୟାଲେରିଆ ପଜିଟିଭ୍ ରିପୋର୍ଟ ଆସିଥିଲା। ସେଠାରେ ନନ୍ଦିନୀକୁ ଆବଶ୍ୟକିୟ ଔଷଧ ପ୍ରଦାନ କରି ପୁନର୍ବାର ବିଦ୍ୟାଳୟ ପରିସରରେ ଥିବା ‌ହଷ୍ଟେଲକୁ ପଠାଯାଇଥିଲା। ସନ୍ଧ୍ୟାବେଳେ ନନ୍ଦିନୀଙ୍କ ବାପା ତାଙ୍କୁ ଘରକୁ ନେଇଥିଲେ । ତେବେ ଘରକୁ ଆଣିବାର ୨୪ ଘଣ୍ଟା ପରେ ବିଳମ୍ବିତ ରାତ୍ରୀରେ ନନ୍ଦିନୀ ମୃତ୍ୟୁବରଣ କରିଥିବା ନେଇ ପରିବାରବର୍ଗ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking