27.1 C
Bhubaneswar
Friday, September 27, 2024
Homeଓଡିଶାଢେଙ୍କାନାଳ ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀ,ବୁଥ୍ ସ୍ତରରେ ଦଳର ସଂଗଠନକୁ ମଜଭୁତ କର: ନବୀନ

ଢେଙ୍କାନାଳ ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀ,ବୁଥ୍ ସ୍ତରରେ ଦଳର ସଂଗଠନକୁ ମଜଭୁତ କର: ନବୀନ

ଭୁୁବନେଶ୍ୱର, : ଶଙ୍ଖ ଭବନରେ ଆୟୋଜିତ ଢେଙ୍କାନାଳ ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି । ଏହି ସଭାରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ବିଧାୟକ ସୁଧୀର ସାମଲ, ପୂର୍ବତନ ସାଂସଦ ମହେଶ ସାହୁ, ସାଂସଦ ପ୍ରାର୍ଥୀ ଅବିନାସ ସାମଲ ଓ ବିଭିନ୍ନ ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଯୋଗ ଦେଇ ଦଳୀୟ ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।
ଢେଙ୍କାନାଳ ନେତୃମଣ୍ଡଳୀ ତାଙ୍କ ଅଭିଭାଷଣରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ସାର୍ ଆମ ଜିଲ୍ଲାରେ ସମସ୍ତ ବିଧାୟକ ହାରିଛୁ, ଆପଣଙ୍କ ଦିଗଦର୍ଶନରେ ଆଗାମୀ ଦିନରେ ଆମେ ଏକ ହୋଇ ଦଳକୁ ଜିଲ୍ଲାରେ ମଜଭୁତ କରିବା ପାଇଁ କାମ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଆମେ ଯତ୍ନବାନ ହେବୁ।
ଏହି ସଭାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଲେ, ଆପଣମାନେ ବହୁ ପରିଶ୍ରମ କରିବା ସତ୍ତ୍ୱେ ଦଳ ଜିଲ୍ଲାରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ। “ଆମ ସମୟରେ ଢେଙ୍କାନାଳରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି। ଯଥା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ପ୍ରଭୂତ ଉନ୍ନତି ହୋଇଛି। ଆପଣମାନେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଆହୁରି ଅଧିକ ପରିଶ୍ରମ କରି ଦଳକୁ ଜିତାଇବା ପାଇଁ ଅନୁରୋଧ କରୁଛି। ଜିଲ୍ଲାର ନେତୃମଣ୍ଡଳୀମାନେ ଏକ ହୋଇ କର୍ମୀଙ୍କ ସୁଖଦୁଃଖରେ ନିଜକୁ ସାମିଲ କରନ୍ତୁ। ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ବିଜେପି ସରକାରର ବିଫଳତାକୁ ଲୋକଲୋଚନକୁ ଆଣନ୍ତୁ। ବର୍ଷା ଛାଡିଲେ ଆପଣମାନଙ୍କ ଅନୁରୋଧକୁ ରକ୍ଷା କରି ମୁଁ ଆପଣଙ୍କ ଅଞ୍ଚଳକୁ ଯିବି”।
ଏହିସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, “ଆମ ଜିଲ୍ଲାରେ ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀ ହାରିଥିଲେ ମଧ୍ୟ ଆପଣମାନେ ଐକ୍ୟବୋଧ ହୋଇ ଆଗାମୀ ଦିନରେ ଦଳ ପାଇଁ କାମ କଲେ ଢେଙ୍କାନାଳର ବିଜୁ ଜନତା ଦଳ ପୁଣି ବିଜୟର ବାନା ଉଡାଇବ”।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking