28.1 C
Bhubaneswar
Friday, March 27, 2026
Homeଖାଦ୍ୟଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଦହି ମାଛ ତରକାରୀ

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଦହି ମାଛ ତରକାରୀ

ଭୁବନେଶ୍ୱର : ଆଜିକାଲି ଲୋକମାନଙ୍କୁ ଭଲ ଓ ସୁଆଦିଆ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ । ହୋଟେଲ ଓ ରେସ୍ଟୁରାଣ୍ଟ ଭଳି ଦହି ମାଛ କରି ଖାନ୍ତୁ ଓ ନିଜ ପରିବାର ଲୋକଙ୍କୁ ଖୁଆନ୍ତୁ ମଧ୍ୟ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଏହି ଦହି ମାଛ ତରକାରୀ…
ଆବଶ୍ୟକ ସାମଗ୍ରୀ: ମାଛ, ଦହି, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ, ଅଦାରସୁଣ , ଦହି, ଗରମ ମସଲାଗୁଣ୍ଡ, ସୋରିଷ, ଜିରା, ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ରଖନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ଅଦାରସୁଣ ପେଷ୍ଟ, ଦହି, ଗରମ ମସଲାଗୁଣ୍ଡ, ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମସଲା ଗୋଳା ମାଛକୁ ନାଲି ହେବା ପର୍ୟ୍ୟନ୍ତ ଭାଜନ୍ତୁ।
ପୁଣି କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ସେଥିରେ ସୋରିଷ, ଜିରା, ଶୁଖିଲା ଲଙ୍କା ଓ ଭୃଷଙ୍ଗ ପତ୍ର ପକାଇ ଛୁଙ୍କ ପ୍ରସ୍ତୁତ କରନ୍ତୁ। ଛୁଙ୍କ ଅଳ୍ପ ଥଣ୍ଡା ହେବା ପରେ ଦହିରେ ଗୋଳାଇ ଦିଅନ୍ତୁ। ଏହାପରେ ଦହି ଛୁଙ୍କକୁ ଭଜା ମାଝ ଉପରେ ପକାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଦହି ମାଛ । ଗରମ ଗରମ ଭାତ ସହ ଏହାର ମଜା ନେଇପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking