13.1 C
Bhubaneswar
Monday, January 19, 2026
Homeଓଡିଶାମନମୋହନଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ; ତାକତ୍ ଅଛି ବିଜେଡିର ଭାଡ଼ି ଖାଲି କରି ଦେଖାଅ

ମନମୋହନଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ; ତାକତ୍ ଅଛି ବିଜେଡିର ଭାଡ଼ି ଖାଲି କରି ଦେଖାଅ

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ପରାଜୟ ପରେ ପୂରା ଆଟାକିଂ ମୁଡ୍‌ରେ ଅଛି ବିଜେଡି। ଦଳରେ ନେତାମାନେ ଖୋଲାଖୋଲି ଭାବେ ମୋହନ ସରକାର ଓ ବିଜେପିକୁ ଚ୍ୟାଲେଞ୍ଜ ଦେଇ ପାରିବା ପଣିଆ ଦେଖାଇବାକୁ ଆହ୍ୱାନ ଦେବାର ଲାଗିଛନ୍ତି।

ଗତକାଲି ବିଜେଡି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି) ମୋହନ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ବେଳେ ଆଜି ସମାନ ଢଙ୍ଗରେ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର ମଧ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି। ତାକତ୍ ଅଛିତ ବିଜେଡିର ଭାଡ଼ି ଖାଲି କରି ଦେଖାଅ ବୋଲି ସେ ମନମୋହନଙ୍କୁ ଆହ୍ୱାନ ଦେଇଛନ୍ତି।

୨ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଧୀରେ ଧୀରେ ବିଜେଡିର ଭାଡ଼ି ଖାଲି ହୋଇଯିବ ବୋଲି କହିଥିଲେ ମନମୋହନ। ସେହି ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର କହିଛନ୍ତି, ଯଦି ତାକତ୍ ଅଛି ତ ବିଜେଡିକୁ ଖାଲି କରିକି ଦେଖାଅ? ବହୁତ ଲୋକ ଅନେକ କଥା କହିବେ। କିଏ କହିଲା ବେଳେ ଆମେ ଛିଡ଼ା ହୋଇ କ’ଣ କାହା ମୁହଁ ବନ୍ଦ କରିବୁ? ଏହି ସବୁ ନିରର୍ଥକ କଥା କହିବାର କିଛି ଅର୍ଥ ନଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking