27.1 C
Bhubaneswar
Tuesday, March 31, 2026
Homeଓଡିଶାମେଜରଙ୍କ ବାନ୍ଧବୀଙ୍କୁ ଜାମିନ ମିଳିଲା

ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ମିଳିଲା

କଟକ : ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ମିଳିଲା । କମିସନରେଟ୍‌ ପୁଲିସ ଅଧୀନ ଭରତପୁର ଥାନାରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଅଙ୍କିତାଙ୍କୁ ମାଡ଼ ମରାଯିବା ଘଟଣାର ହାଇକୋର୍ଟ ଗତକାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ନିର୍ଦ୍ଦେଶ କରିଥିଲେ। ଆଜି ଏହି ଶୁଣାଣି ଶେଷ କରିବା ସହିତ ଅଙ୍କିତା ପ୍ରଧାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ ଡିଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଭରତପୁର ଥାନାର ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।  ଅଙ୍କିତାଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ଡାକ୍ତରୀ ପରୀକ୍ଷା ରିପୋର୍ଟରୁ ଅଙ୍କିତାଙ୍କୁ ମାର୍‌ପିଟ କରାଯାଇଥିବା ଜଣାପଡ଼ିଛି। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଅଙ୍କିତାଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ମାମଲାର ତଦନ୍ତକାରୀ ଅଧିକାରୀ ଭର୍ଚୁଆଲ୍‌ ବ୍ୟବସ୍ଥାରେ ହାଜର ହୋଇଥିଲେ। ଶୁଣାଣି ସମୟରେ ଅଙ୍କିତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ଦାଖଲ କରିବାକୁ ଜଷ୍ଟିସ୍‌ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking