ଗଞ୍ଜାମ: ବ୍ରହ୍ମପୁର ଜେଲରେ ଗିରଫ ଆଶାୟୀଙ୍କ ପରିବାର ଲୋକଙ୍କ ଭିଡ । ଜେଲରେ ପୁଅ, ଝିଅକୁ ଭେଟିବାକୁ ଆସିଛନ୍ତି ପରିବାର ଲୋକେ । ଗତ ୧ ତାରିଖରେ ଗିରଫ ହୋଇଥିଲେ ୧୧୪ ଆଶାୟୀ । ଆଶାୟୀଙ୍କୁ ଛାଡି ଦଲାଲଙ୍କୁ ଧରିବାକୁ ପରିବାର ଲୋକେ ଦାବି କଲେ । ପୋଲିସ ଏସଆଇ ପରୀକ୍ଷାରେ ମହାଘୋଟାଲା । ସାମ୍ନାକୁ ଆସିଲା ବଡ ଅପଡେଟ । ୧୪୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା ଦେଖାଦେଇଛି । ପ୍ରତାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଦୁହେଁ ସ୍ପେଶାଲ କୋଟିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେବାକୁ ଡିଲ ହୋଇଥିବା ବୋଲି ସୂଚନା ରହିଛି । ୯୩୩ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞାପନ । କୋଟି କୋଟି ଟଙ୍କାର ଡିଲ ହୋଇଥିଲା । କେବଳ ଶଙ୍କର ପୃଷ୍ଟି, ମୁନା ମହାନ୍ତି ନା ଏହା ପଛରେ ବଡ ଅଧିକାରୀ ଅଛନ୍ତି? କଣ ପାଇଁ ସିଲିକନ ପରେ ପଞ୍ଚସଫ୍ଟକୁ ପରୀକ୍ଷା ଦାୟିତ୍ୱ ଦିଆଗଲା ତାକୁ ନେଇ ଉଠିଲା ପ୍ରଶ୍ନ । ଓପିଆରବି ପରୀକ୍ଷା ପରିଚାଳନା ଦକ୍ଷତାକୁ ନେଇ ସନ୍ଦେହରେ ରହିଛନ୍ତି ପରୀକ୍ଷାର୍ଥୀ ।










