33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟି

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ସାରଜା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ତ୍ରୁଟି ଦେଖାଯାଇଛି । ବିମାନର ହାଇଡ୍ରୋଲିକ୍ ଲାଣ୍ଡିଂ ଗିଅରରେ ତ୍ରୁଟି ଦେଖାଦେଇଛି । ଏବେ ବିମାନଟି ବେଲି ଲାଣ୍ଡିଂ ପାଇଁ ପ୍ରସ୍ତୁତ ହେଉଛି ।

ସୂଚନା ଅନୁଯାୟୀ, ଶାରଜା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ତାମିଲନାଡୁର ତ୍ରିଚି ସହର ଉପରେ ପାଖାପାଖି ଗତ ୨ ଘଣ୍ଟା ଧରି ଘୂରି ବୁଲୁଛି। ଇନ୍ଧନ ଶେଷ କରିବାକୁ ବିମାନଟି ଏପରି କରୁଛି । ଫଳରେ ଲାଣ୍ଡିଂ ବେଳେ ଯେପରିକି ନିଆଁ ନ ଲାଗେ । ୧୪୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ତ୍ରିଚି ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିଲା। ବିମାନର ଲାଣ୍ଡିଂ ଗିଅର କାମ କରୁନଥିବାରୁ ବିମାନର ଜରୁରୀକାଳୀନ ଅବତରଣ ପାଇଁ ବିମାନ ପ୍ରସ୍ତୁତ ହେଉଛି । ଲାଣ୍ଡିଂ ଗିଅର କାମ ନ କଲେ ବିମାନର ବେଲିଂ ଲାଣ୍ଡିଂ କରାଯାଇଥାଏ । ଅର୍ଥାତ ଲାଣ୍ଡିଂ ବେଳେ ବିମାନର ବଡି ହିଁ ଭୂମି ସ୍ପର୍ଶ କରିବ । ତଳେ ନିଆଁ ଲାଗିବାର ଆଶଙ୍କା ଥିବାରୁ ୧୮ଟି ଦମକଳ ଗାଡ଼ିକୁ ପ୍ରସ୍ତୁତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking