24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶକେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ

କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଗୋବିନ୍ଦପୁରୀ ଅଞ୍ଚଳର ଜେକେ ରୋଡ୍‌ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରଖରତା ଏତେ ଅଧିକ ଥିଲା ଯେ, ଝାସ ୨୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉପରକୁ ଉଠୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀର ୧୦ରୁ ୧୨ଟି ଗାଡ଼ି ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗିପଡିଥିଲେ। ତେବେ ରିପୋର୍ଟ ଲେଖାହେବା ବେଳକୁ ନିଆଁକୁ ଆୟତ୍ତ କରାଯାଇସାରିଛି। ସତର୍କତାମୂଳକ ପଦକ୍ଷେପ ଭାବେ କେମିକାଲ ଫ୍ୟାକ୍ଟ୍ରିର ନିକଟସ୍ଥ ଦୋକାନଗୁଡ଼ିକୁ ପୋଲିସ ବନ୍ଦ କରିଦେଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ଶଟସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି। ସୌଭାଗ୍ୟର ବିଷୟ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। େତେବ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking