32.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶନୌଗାମ ଥାନାରେ ବଡ ବିସ୍ଫୋରଣ: ୯ ମୃତ

ନୌଗାମ ଥାନାରେ ବଡ ବିସ୍ଫୋରଣ: ୯ ମୃତ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀର ନୌଗାମ ଥାନାରେ ବଡ ବିସ୍ଫୋରଣ । ବିସ୍ଫୋରଣରେ ଥାନା ଉଡି ୯ ଜଣ ଜୀବନ ଯାଇଛି । ୩୦ରୁ ଅଧିକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଘଟଣା ଘଟିଥିବା ଜଣାପଡିଛି । ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା । ଯାହା କିଲୋମିଟର ଦୂର ଯାଏଁ ପ୍ରତିଧ୍ୱନିତ କରିଥିଲା । ଏପରିକି ମଣିଷ ଶରୀରର ବିଭିନ୍ନ ଅଙ୍ଗ କିଛି ଦୂରଯାଏ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜ୍ ଏବଂ ପ୍ରତ୍ୟକ୍ଷଦର୍ଶୀ ସୂଚିତ କରୁଛନ୍ତି ଯେ ବିସ୍ଫୋରଣ ଏତେ  ତୀବ୍ର ଥିଲା ଯେ ନିଆଁ ଏବଂ ଧୂଆଁର ବଳୟ ଆକାଶକୁ ଉଠିଥିଲା । ବିସ୍ଫୋରଣ ସସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ପାଇ ସୁରକ୍ଷା ବାହିନୀ ପହଞ୍ଚି ଅଞ୍ଚଳକୁ ପୁରା ସିଲ କରିଥିଲେ । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ତଦନ୍ତକାରୀ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଦୁଇଟି ପ୍ରମୁଖ ଦୃଷ୍ଟିକୋଣରୁ ଘଟଣାର ତଦନ୍ତ କରୁଛନ୍ତି। ଅବହେଳା ସହିତ ଆତଙ୍କବାଦୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ ନେଇ ମଧ୍ୟ ତଦନ୍ତ କରାଯାଉଛି। ପୋଲିସ ଷ୍ଟେସନ ଭିତରେ ଗଚ୍ଛିତ ପ୍ରାୟ ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ବିସ୍ଫୋରକ ସାମଗ୍ରୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସିଲ୍‌ କରାଯାଉଥିବା ସମୟରେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ।କିଛି ଦିନ ତଳେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମନରୁ ନ ଲିଭୁଣୁ ଆଉ ଏକ ବିସ୍ଫୋରଣ ସମସ୍ତଙ୍କୁ ଭୟଭୀତ ସୃଷ୍ଟି କରାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking