29.1 C
Bhubaneswar
Saturday, September 21, 2024
Homeଅପରାଧମେଜର-ବାନ୍ଧବୀଙ୍କ ବୟାନ ରେକର୍ଡ, ତେଜିଲା ରାଜନୀତି

ମେଜର-ବାନ୍ଧବୀଙ୍କ ବୟାନ ରେକର୍ଡ, ତେଜିଲା ରାଜନୀତି

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ମହିଳା ବାନ୍ଧବୀ ନିର୍ଯାତନା ଘଟଣାର ତନାଘନା । ଆଜି (ଶନିବାର) ଏହି ମାମଲାରେ ଚନ୍ଦକା ଥାନା ପୋଲିସ କ୍ରାଇମ ସିନ୍ ରିକ୍ରିଏସନ କରିଛି । ଏହା ସହିତ ଅଟକ ଥିବା ୭ ଜଣ ରୋଡ ରୋମିଓ ଆଜି ଗିରଫ ହୋଇଛନ୍ତି । ଘଟଣାର ଛାନଭିନ କ୍ରାଇମବ୍ରାଞ୍ଚ ଜାରି ରଖିଥିବା ବେଳେ ରାଜନୈତିକ ତାତି ରାଜଧାନୀରେ ଦେଖିବାକୁ ମିଳିଛି । ଯୁବ କଂଗ୍ରେସ ଏବଂ ମହିଳା ବିଜେଡି ଜୋରଦାର ପ୍ରତିବାଦ କରିଛନ୍ତି । ଆର୍ମି କ୍ୟାପ୍ଟେନ ତଥା ମେଜରଙ୍କ ସହ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍ ଟିମ୍ । ଏନେଇ ତଦନ୍ତକାରୀ ଅଧିକାରୀ ଡିଏସପି ନରେନ୍ଦ୍ର ବେହେରା ସହ ମହିଳା ଅଧିକାରୀ ମଧ୍ୟ ମିଳିତ ଭାବେ ଉଭୟଙ୍କ ବୟାନ ରେକର୍ଡ କରୁଛନ୍ତି । ୧୨୦ବାଟାଲିୟନ ଭିତରେ ତାଙ୍କୁ ପଚରାଉଚରା କରାଯାଉଛି।

କ୍ରାଇମ୍ ସିନ୍ ରିକ୍ରିଏସନ-
ଏହି ଘଟଣାରେ ଅଭିଯୋଗ କରିବାକୁ ଆସିଥିବା ଆର୍ମି ଅଫିସର ଓ ତାଙ୍କ ପ୍ରେମିକାଙ୍କୁ ଯେଉଁଠି ପ୍ରଥମେ କିଛି ଦୁର୍ବୃତ୍ତମାନେ ଦୁର୍ବ୍ୟବହାର ଏବଂ ଅସଦାଚରଣ କରିଥିଲେ, ସେହି ସ୍ଥାନକୁ ଯାଇ କ୍ରାଇମ୍ ସିନ ଭେରିଫିକେସନ କରିଛି ଚନ୍ଦକା ଥାନା ଓ କ୍ରାଇମ୍ ବ୍ରାଞ୍ଚ ଟିମ୍ । ଏପରିକି ସେହି ଘଟଣାସ୍ଥଳରେ କିଛି ସିସିଟିଭି ଫୁଟେଜ ଅଛି କି ନାହିଁ । ପ୍ରତ୍ୟକ୍ଷଦର୍ଶୀ କିଏ ଥିଲେ କି ନାହିଁ ସେନେଇ ମଧ୍ୟ ଛାନଭିନ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏପଟେ ତଦନ୍ତକାରୀ ଅଫିସର ନରେନ୍ଦ୍ର ବେହେରା କ୍ରାଇମବ୍ରାଞ୍ଚ ଅଫିସରୁ ବାହାରିବା ସମୟରେ କହିଛନ୍ତି, “ଆମେ ବର୍ତ୍ତମାନ ଯାଉଛୁ । ସେ ଯେଉଁ ମାଡାମ ଆଉ କ୍ୟାପ୍ଟେନ ମେଜରଙ୍କୁ ପଚରାଉଚରା କରିବୁ । ତାଙ୍କର ବୟାନ ରେକର୍ଡ କରିବୁ ମଲ୍ଟିପୁଲ୍ ଟିମ୍ ଆମର କାମ କରୁଛୁ । ପ୍ରାରମ୍ଭିକ ପଚରାଉଚରା ଚାଲିଛି । କାପ୍ଟେନ ଆଉ ମାଡାମ ଆମକୁ ସ୍ପେଶିଫିକ ଟାଇମ୍ ଦେଇଛନ୍ତି । ସେନେଇ ପଚରା ଉଚରା କରିବୁ ।

କ୍ରାଇମବ୍ରାଞ୍ଚର ମଲ୍ଟି ପୁଲ ଟିମ୍ ତଦନ୍ତ-
ଏହି ଘଟଣାରେ ବର୍ତମାନ ଦୁଇ ଜଣ ତଦନ୍ତକାରୀ ଅଧିକାରୀ ରହିଛନ୍ତି । ଡିଏସପି ନରେନ୍ଦ୍ର ବେହେରା ମୁଖ୍ୟ ତଦନ୍ତକାରୀ ଅଧିକାରୀ ଏବଂ ଡିଏସପି ନିଳିମା ପଣ୍ଡା ଅନ୍ୟତମ ତଦନ୍ତକାରୀ ଅଧିକାରୀ । ଏନେଇ ଦୁଇଟି ଟିମ୍ ତଦନ୍ତରେ ସହଯୋଗ କରୁଛି । ଏଥିରେ ଅଛନ୍ତି ଡିଏସପି ରଜତ ସାହୁ, ଡିଏସପି ଭରତ ସାହୁ ଏବଂ କିଛି ଡିଏସପି ଅଧିକାରୀ । ଏସବୁ ଟିମ୍ ମଲ୍ଟି ପୁଲ ଟିମ୍ ଭାବେ କାମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking