ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ କମ୍ପାନୀରେ ବଡ଼ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଷ୍ଟକ ରଖାଯାଉଥିବା କୋଇଲା ହପ୍ପର ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। କୋଇଲା ହପ୍ପର ଭୁଶୁଡ଼ି ପଡ଼ିବାରୁ ୩ ରୁ୪ ଶ୍ରମିକ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାକୁ ନେଇ କାରଖାନା ବାହାରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।