18.1 C
Bhubaneswar
Friday, February 13, 2026
Homeଓଡିଶାମହେନ୍ଦ୍ର ଓ ରାଜକୁମାରଙ୍କ ଶିମିଳିପାଳ ପ୍ରତ୍ୟାବର୍ତ୍ତନ

ମହେନ୍ଦ୍ର ଓ ରାଜକୁମାରଙ୍କ ଶିମିଳିପାଳ ପ୍ରତ୍ୟାବର୍ତ୍ତନ

ମୟୂରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟ ପାଇଁ ଖୁସି ଖବର। ପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରି ଆସୁଛନ୍ତି ମହେନ୍ଦ୍ର ଏବଂ ରାଜକୁମାର। କିଛିବର୍ଷ ପୂର୍ବରୁ ଅନୁଗଳର ସାତକୋଶିଆ ଅଭୟାରଣ୍ୟକୁ ବାଘୁଣି ସୁନ୍ଦରୀକୁ ସୁରକ୍ଷା ଦେବା ପାଇଁ ଯାଇଥିବା ଦୁଇହାତୀ ରାଜକୁମାର ଏବଂ ମହେନ୍ଦ୍ର ଆଜି ନିଜ ଜନ୍ମମାଟିକୁ ଫେରୁଛନ୍ତି। ଆଜି ପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରୁଥିବା ଦେଖିବାକୁ ମିଳିଛି। ଦୁଇଟି ହାତୀକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନୁଗୁଳରୁ ଆଣି ଆଜି ଶିମିଳିପାଳ ଅଭୟାରଣ୍ୟରେ ଛାଡିବେ। ଯାହା ଫଳରେ ବର୍ତ୍ତମାନ ପରିବେଶବିତଙ୍କ ମନରେ ଏକ ଆନନ୍ଦର ଲହରୀ ଖେଳିଯାଇଛି। ରାଜକୁମାର ଏବଂ ମହେନ୍ଦ୍ର ନିଜ ଜନ୍ମମାଟି ଶିମିଳିପାଳକୁ ଫେରୁଥିବା ବେଳେ ଶିମିଳିପାଳର ମୁଖ୍ୟ ଆକର୍ଷଣ ପାଲଟିଥିବା ଏହି ଦୂଇହାତୀ ଫେରିବା ଖବର ପ୍ରଚାରିତ ହେବା ପରେ ଚଳିତବର୍ଷ ପର୍ଯ୍ୟଟକଙ୍କ ସଂଖା ମଧ୍ୟ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ତେବେ ନୂଆ ସରକାରରେ ନୂଆ ମନ୍ତ୍ରୀଭାବେ ଗଣେଶରାମ ସିଂ ଖୁଣ୍ଟିଆ ଜଙ୍ଗଲ ଏବଂ ପରିବେଶ ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଶିମିଳିପାଳକୁ ପ୍ରଥମ ଭେଟି ବୋଲି ଆଲୋଚନା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking