25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶ୨୦ରେ ମହାରାଷ୍ଟ୍ର ଭୋଟ୍‌: ରାଜନୀତିରୁ ଅବସର ଘୋଷଣା କଲେ ଏକନାଥ ଖଡ୍‌ସେ

୨୦ରେ ମହାରାଷ୍ଟ୍ର ଭୋଟ୍‌: ରାଜନୀତିରୁ ଅବସର ଘୋଷଣା କଲେ ଏକନାଥ ଖଡ୍‌ସେ

ମୁମ୍ବାଇ: ମହାରାଷ୍ଟ ବିଧାନସଭା ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ ରହିଥିଲା। ତେବେ ପ୍ରଚାରପର୍ବର ଅନ୍ତିମ ଦିବସରେ ହିଁ ଏନ୍‌ସିପି ଶରଦ ପୱାର ଗୋଷ୍ଠୀକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଅନ୍ୟତମ ବରିଷ୍ଠ ନେତା ଏକନାଥ ଖଡ୍‌ସେ ଆଜି ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଆକସ୍ମିକ ଢ଼ଙ୍ଗରେ ଖଡ୍‌ସେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି।
ନିଜ ଝିଅ ରୋହିଣୀ ଖଡ୍‌ସେ (ଏନ୍‌ସିପି ଶରଦ ପୱାର ଗୋଷ୍ଠୀ)ଙ୍କ ବିଜୟ ପାଇଁ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ଖଡସେ ମଧ୍ୟ ଏକ ଭାବପ୍ରବଣ ବକ୍ତବ୍ୟ ଦେଇଛନ୍ତି। ଖଡ୍‌ସେ କହିଛନ୍ତି, ବେଶ୍‌୍ କିଛି ଦିନ ଧରି ସେ ସକ୍ରିୟ ରାଜନୀତିରୁ ବିଦାୟ ନେବାର ବେଳ ଆସିଯାଇଥିବା ଅନୁଭବ କରୁଥିଲେ। ଏବେ ସେ ଏସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରୁଛନ୍ତି। ତାଙ୍କ ପରି ତାଙ୍କ ଝିଅ ରୋହିଣୀ ଖଡସେଙ୍କୁ ମଧ୍ୟ ତାଙ୍କ ସମର୍ଥକ ଏବଂ ସେ ଆଜି ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଆସିଥିବା ନିର୍ବାଚନ ମଣ୍ଡଳୀବାସୀ ଭରପୂର ସମର୍ଥନ ଦେବେ ବୋଲି ସେ ଆଶା କରୁଛନ୍ତି। ତେବେ ସେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଆଗାମୀ ନିର୍ବାଚନ ଦେଖିବେ କି ନାହିଁ ତାହା କେବଳ ଭଗବାନ ହିଁ ସ୍ଥିର କରିବେ ବୋଲି ଏକନାଥ ଖଡ୍‌ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୪ ଦଶନ୍ଧି ଧରି ଏକନାଥ ଖଡ୍‌ସେ କେବଳ ଜଲଗାଓଁ ଜିଲ୍ଲା ନୁହେଁ ମହାରାଷ୍ଟ୍ରର ରାଜନୀତିରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଥିଲେ।
ଏକନାଥ ଖଡସେ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ସହ ରାଜ୍ୟରେ ବିଜେପିର ବଡ଼ ଚେହେରା ଥିଲେ। ଗୋପିନାଥ ମୁଣ୍ଡେଙ୍କ ସହ ଏକନାଥ ଖଡ୍‌ସେ ମଧ୍ୟ ଦଳର ବିକାଶରେ ବହୁତ ସହଯୋଗ କରିଥିଲେ। ଏକନାଥ ଖଡସେ କୋଥାରୀ ଗାଁର ସରପଞ୍ଚ ଭାବରେ ୧୯୮୭ରେ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ରାଜନୀତିରେ ପଛକୁ ଚାହିଁ ନ ଥିଲେ। ସେ ବିଧାୟକ, ବିରୋଧୀ ଦଳର ନେତା, ୧୨ ବିଭାଗର ମନ୍ତ୍ରୀ ଭଳି ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ। ସେ ଅନେକ ଲୋକଙ୍କୁ ପାର୍ଟିରେ ଆଗକୁ ନେଇଥିଲେ। ତାଙ୍କର ସ୍ୱର ଦିଲ୍ଲୀ ରାଜନୀତି ପର୍ଯ୍ୟନ୍ତ ଥିଲା। ସେ ୨୦୨୦ରେ ବିଜେପି ଛାଡି ଏନସିପିରେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking