29.1 C
Bhubaneswar
Monday, March 30, 2026
Homeଦେଶ ବିଦେଶମହାରାଷ୍ଟ୍ର, ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ଆଜି

ମହାରାଷ୍ଟ୍ର, ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ଆଜି

ନୂଆଦିଲ୍ଳୀ: ମହାରାଷ୍ଟ୍ର ଓ ଝାରଖଣ୍ଡ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ। ଭାରତୀୟ ନିର୍ବାଚନ ଆୟୋଗ ଆଜି କାର୍ଯ୍ୟସୂଚୀ ଘୋଷଣା କରିବେ ବୋଲି ସୂଚନା ରହିଛି। ମହାରାଷ୍ଟ୍ର ନିର୍ବାଚନ ନଭେମ୍ବର ୨୬ ତାରିଖରେ ଶେଷ ହେବାକୁ ଥିବା ବେଳେ ଝାରଖଣ୍ଡ ନିର୍ବାଚନ ଜାନୁଆରି ୫ ତାରିଖରେ ଶେଷ ହେବ। ମହାରାଷ୍ଟ୍ରର ଆସନ ସଂଖ୍ୟା ୨୮୮ ହୋଇଥିବା ବେଳେ ଝାରଖଣ୍ଡର ୮୧ଟି ସିଟ୍‌ ରହିଛି।

ମହାରାଷ୍ଟ୍ର ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି,) ଶିବସେନା-ଏକନାଥ ସିନ୍ଦେ, ଏନସିପି-ଅଜିତ ପାୱାର, ମହା ବିକାଶ ଅଘଡି (ଏମ୍‌ଭିଏ) ,ଏନସିପି – ଶରଦ ପାୱାର ଏବଂ କଂଗ୍ରେସ ଆଦି ଦଳ ମଧ୍ୟର ଲଢ଼େଇ ହେବ। ୨୦୧୯ ନିର୍ବାଚନରେ ବିଜେପି ସହିତ ଶିବସେନା (ସେ ସମୟରେ ଶିବସେନା ଭାଗ ହୋଇନଥିଲା) ମିଳିତ ଭାବେ କ୍ଷମତାକୁ ଆସିଥିଲେ।

ସେହିପରି ଝାରଖଣ୍ଡରେ ଇଣ୍ଡିଆ ବ୍ଲକ୍‌ର ଅଂଶ ଶାସକ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌), ବିଜେପି, ଜନତା ଦଳ (ୟୁନାଇଟେଡ୍‌), ଅଲ୍‌ ଝାରଖଣ୍ଡ ଷ୍ଟୁଡଣ୍ଟସ୍‌ ୟୁନିୟନ୍‌ (ଏଜେଏସ୍‌ୟୁ) ମଧ୍ୟରେ ଲଢ଼େଇ ହେବ। ୨୦୧୯ ମସିହାରେ ହେମନ୍ତ ସୋରେନଙ୍କ ଜେଏମ୍‌ଏମ୍‌ ୩୦ଟି ଆସନ ଜିତି କ୍ଷମତାକୁ ଆସିଥିଲା। କଂଗ୍ରେସ ଜିତିଥିବା ୧୬ଟି ଆସନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking