କଟକ : ଖୁବଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ ଆରମ୍ଭ ହେବ । ଏନେଇ ସୂଚନା ଦେଲେ ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର । ରିଭରଫ୍ରଣ୍ଟ ପ୍ରକଳ୍ପ ଡିପିଆରକୁ ରାଜ୍ୟ ସରକାରଙ୍କ ଅନୁମୋଦନ ହୋଇଛି । ପ୍ରଥମ ପଯ୍ୟୟରେ ୩୮ କୋଟି ବ୍ୟୟରେ ସାଢେ ୩କିମି କାମ ହେବ । ପ୍ରକଳ୍ପ ପାଇଁ ସମୁଦାୟ ୨୨୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଗୁଜୁରାଟ ସାବରମତୀ ଢାଞ୍ଚାରେ ହେବ ମହାନଦୀ ରିଭରଫ୍ରଣ୍ଟ କାମ ।