32.1 C
Bhubaneswar
Friday, February 27, 2026
Homeଓଡିଶାମହାନଦୀ ସମସ୍ୟାର ସମାଧାନ ହେବ: ଏଜି

ମହାନଦୀ ସମସ୍ୟାର ସମାଧାନ ହେବ: ଏଜି

କଟକ: ମହାନଦୀ ସମସ୍ୟାର ସମାଧାନ ହେବ କହିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲର ବୈଠକ ପରେ ଏଜି ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ଓଡିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବ । ସମାଧାନର ବାଟ ଖୋଜା ଚାଲିଛି, ମୁଁ ଆଶାବାଦୀ ନିଶ୍ଚୟ ସମାଧାନ ହେବ । ନୂଆ ସରକାର ଆସିବା ପରେ ଉଦ୍ୟମ ଆରମ୍ଭ କରିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ଆପୋଷ ମିଳାମିଶା ଜରିଆରେ ସମାଧାନ ହେବ । ଓଡିଶାବାସୀ ମହାନଦୀ ଜଳର କିପରି ସୁବିନିଯୋଗ କରିବେ ବ୍ୟବସ୍ଥା ହେବ । ଓଡିଶା ନିଶ୍ଚୟ ତାର ହକ ପାଇବ , ଏଥିପାଇଁ ଉଦ୍ୟମ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking