ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବଡ ବୈଠକ ବସିବ । ଓଡିଶା- ଛତିଶଗଡର ଯୁଗ୍ମ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହେବ । ଗୃହରେ ଏନେଇ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉଭୟ ରାଜ୍ୟ ପକ୍ଷରୁ ଯୁଗ୍ମ ବୈଷୟିକ କମିଟି ବୈଠକ ୬ ଥର ହୋଇଛି । ପ୍ରଥମେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନୌପଚାରିକ ଆଲୋଚନା ହୋଇଥିଲା । ୨୦ରେ ମହାନଦୀ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ହେବ ।










