27.1 C
Bhubaneswar
Friday, September 27, 2024
Homeଓଡିଶାମହାଲକ୍ଷ୍ମୀଙ୍କ ହତ୍ୟା ଘଟଣା: ଜୀବନ ହାରିବା ପୂର୍ବରୁ ମା' ଆଗରେ ମୁକ୍ତି ସ୍ୱୀକାର କରିଥିଲା ଅପରାଧ

ମହାଲକ୍ଷ୍ମୀଙ୍କ ହତ୍ୟା ଘଟଣା: ଜୀବନ ହାରିବା ପୂର୍ବରୁ ମା’ ଆଗରେ ମୁକ୍ତି ସ୍ୱୀକାର କରିଥିଲା ଅପରାଧ

ବେଙ୍ଗାଲୁରୁ: ମୁଁ ଭଲପାଉଥିଲି, ସେ ମୋତେ ଫସାଇବାକୁ ଚାହୁଁଥିଲା ମା’ । ଜୀବନ ହାରିବା ପୂର୍ବରୁ ଏଭଳି କହି ମା’ ଆଗରେ ମୁକ୍ତି ସ୍ୱୀକାର କରିଥିଲା ନିଜ ଅପରାଧ । ବହୁ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ମୁକ୍ତିରଞ୍ଜନ ଜୀବନ ହାରିଛି । ବୁଧବାର ସକାଳେ ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଶ୍ମଶାନ ନିକଟରେ ଏକ ଗଛରେ ଫାଶୀ ଲଗାଇ ସେ ଜୀବନ ହାରିଥିଲା । ମୃତଦେହ ପାଖରୁ ଏକ ସୁସାଇଡ ନୋଟ ଜବତ କରାଯାଇଥିବା ବେଳେ ମୁକ୍ତି, ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ନେଇ ସେଥିରେ ସ୍ୱୀକାର କରିଥିବା ଜଣାଯାଇଛି । ସୁସାଇଡ ନୋଟରେ ମୁକ୍ତି ଲେଖିଛି ଯେ, “ମୁଁ ତାଙ୍କୁ ଭଲ ପାଉଥିଲି ।

କିନ୍ତୁ ତାଙ୍କ ଆଚରଣ ମୋ ପ୍ରତି ଭଲ ନଥିଲା । ସେ ମୋତେ ଅପହରଣ ମାମଲାରେ ଫସାଇଦେବାକୁ ଧମକ ଦେଉଥିଲେ । ମୁଁ ତାଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥିଲି ।’ ବେଙ୍ଗାଲୁରୁ ପୁଲିସର କହିବା ମୁତାବକ, “ମୁକ୍ତି ରଞ୍ଜନ ଏବଂ ମହାଲକ୍ଷ୍ମୀ ଏକ ପୋଷାକ ଦୋକାନରେ କାମ କରୁଥିଲେ । ଏଠାରେ ଦୁହିଁଙ୍କ ସାକ୍ଷାତ ହୋଇଥିଲେ ଏବଂ ଦୁହେଁ ଭଲ ବନ୍ଧୁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କିଛି ମାସ ପରେ ମହାଲକ୍ଷ୍ମୀ ବିବାହ କରିବାକୁ ଚାପ ପକାଇବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ହେବା ଆରମ୍ଭ ହେଲା । ବାରମ୍ବାର ଝଗଡା ହେବା ସହ ମହାଲକ୍ଷ୍ମୀ ଧମକ ଦେବା ଆରମ୍ଭ କରିବାରୁ ମୁକ୍ତି ରଞ୍ଜନ ତାଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking