15.1 C
Bhubaneswar
Monday, December 8, 2025
Homeଦେଶ ବିଦେଶମହାକୁମ୍ଭ : ସଫେଇ କର୍ମଚାରୀଙ୍କୁ ସମ୍ବୋଧିତ କରିବେ ଯୋଗୀ

ମହାକୁମ୍ଭ : ସଫେଇ କର୍ମଚାରୀଙ୍କୁ ସମ୍ବୋଧିତ କରିବେ ଯୋଗୀ

ପ୍ରୟାଗରାଜ୍‌: ମହାକୁମ୍ଭରେ ପବିତ୍ର ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା  ବେଶ ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ୧୩ ଜାନୁଆରିରୁ ଏପର‌୍ୟ୍ୟନ୍ତ ୬୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ଛନ୍ତି । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନଙ୍କର ବହୁସଂଖ୍ୟାରେ ଭିଡ ଥାଇ ମଧ୍ୟ ସଙ୍ଗମ ସ୍ଥଳ ସଫାସୁତୁରା ଏବଂ ଅନ୍ୟ ବ୍ୟବସ୍ଥା ଆରମ୍ଭରୁ ଶେଷ ପର‌୍ୟ୍ୟନ୍ତ  ଖୁବ୍ ଭଲରେ ପରିଚାଳନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମହାକୁମ୍ଭରେ ସଫାସୁତୁରା କରୁଥିବା କର୍ମଚାରୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସଫେଇକର୍ମଚାରୀଙ୍କୁ ସମ୍ମାନୀତ କରିବା ପାଇଁ ଘୋଷଣା କରିଛନ୍ତି।  ପ୍ରୟାଗରାଜ କୁମ୍ଭମେଳା ଶେଷ ହେବାକୁ ଆଉ ମାତ୍ର ୪ ଦିନ ରହିଲା । ଆସନ୍ତା ମହାଶିବରାତ୍ରୀରେ ଶେଷ ସ୍ନାନ କରିବେ ଶ୍ରଦ୍ଧାଳୁ । ତେବେ ଶେଷ ସ୍ନାନ ପାଇଁ ମହାକୁମ୍ଭରେ ଭିଡ଼ ଆହୁରି ବଢିବାରେ ଲାଗିଛି । ଗତ ୪ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ  ତିନି ଥର ପ୍ରୟାଗରାଜ ପହଞ୍ଚି ତଦାରଖ କରିସାରିଛନ୍ତି । କେବେ ସାଧୁ ସନ୍ଥଙ୍କ ସହ ସାକ୍ଷାତ କରୁଛନ୍ତି ଆଉ କେବେ  ଅଧିକାରୀମାନଙ୍କ ସହ ବୈଠକ କରୁଛନ୍ତି । ୟୁପି ସରକାର  ସନାତନ ଧର୍ମର ଏହି ବଡ ଆୟୋଜନରେ ପୂରା ଶକ୍ତି ଲଗାଇଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking