ନୂଆଦିଲ୍ଲୀ : ପୂର୍ଣ୍ଣିମାକୁ ଏକ ଶୁଭ ତିଥି ବୋଲି ବିବେଚନା କରାଯାଏ । ଯାହା ପ୍ରତି ମାସରେ ଥରେ ଆସେ । ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଉଚିତ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମାଘ ମାସର ପୂର୍ଣ୍ଣିମା ତିଥିରେ ମାଘ ପୂର୍ଣ୍ଣିମା ଉପବାସ ପାଳନ କରାଯାଏ । ଏହି ତିଥିରେ ସ୍ନାନ , ଦାନ ଏବଂ ଜପ କରିବା ଦ୍ୱାରା ଅତ୍ୟନ୍ତ ପୁଣ୍ୟ ଫଳ ମିଳିଥାଏ । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଆବଶ୍ୟକ । ଶେଶରେ ଗରିବ ଲୋକଙ୍କୁ କିଛି ଦାନ ଦେବା ଉଚିତ । ଏହି ପୂର୍ଣ୍ଣିମା ଫେବୃଆରୀ ମାସ ବୁଧବାର ୧୨ ତାରିଖରେ ପଡେ । ମାଘ ମାସର ପୂର୍ଣ୍ଣିମା ତିଥି ଫେବୃଆରୀ ୧୧ ତାରିଖ ସନ୍ଧ୍ୟା ୬.୫୫ରେ ଆରମ୍ଭ ହେବ । ଫେବୃଆରୀ ୧୨ ତାରିଖ ସନ୍ଧ୍ୟା .୨୨ରେ ଶେଷ ହେବ । ସ୍ନାନ ଦାନ ସମୟ ହେଉଛି – ସକାଳ ୫.୧୯ରୁ ସକାଳ ୬.୧୦ । ଏହାର ପୂଜା ପଦ୍ଧତି ଭିନ୍ନ ରହିଛି । ଏହି ଦିନ ସକାଳେ ସୂଯ୍ୟୋଦୟ ପୂର୍ବରୁ କୌଣସି ପବିତ୍ର ନଦୀ , ପୋଖରୀ , କୂଅ କିମ୍ବା ପାହାଚରେ ସ୍ନାନ କରି ପରେ ସୂଯ୍ୟ ମନ୍ତ୍ର ଜପ କରି ସୂଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ତାପରେ ଉପବାସ ପାଇଁ ସଂକଳ୍ପ ନେବା ପରେ ଭଗବାନ ବିଷ୍ଣୁଙ୍କ ପୁଜା କରିବା ଉଚିତ । ଶେଶରେ ଗରିବ ଲୋକଙ୍କୁ କିଛି ଦାନ ଦେବା ଉଚିତ । ଏହି ପୂର୍ଣ୍ଣିମାର ଉପଚାର ଜାଣନ୍ତୁ.. କୌଣସି ପବିତ୍ର ନଦୀରେ ସ୍ନାନ କରିବା ଦ୍ୱାରା ପାପ ନାଶ ହୁଏ । ମନ ଏବଂ ଆତ୍ମା ମଧ୍ୟ ପବିତ୍ର ହୁଏ । ଏହି ଦିନ ସକାଳୁ ଉଠି ବିଷ୍ଣୁ ,ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ । ଏହା କରିବା ଦ୍ୱାରା ଘରେ କେବେବି ଟଙ୍କାର ଅଭାବ ରହିବ ନାହିଁ । ମାଘ ପୂର୍ଣ୍ଣିମାରେ ପିପିଲି ଗଛର ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ପିପିଲି ଗଛ ଭଗବାନ ବିଷ୍ଣୁଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ । ଏହି ଦିନ ପିପିଲି ଗଛକୁ କ୍ଷୀର ମିଶ୍ରିତ ଜଳ ଅର୍ପଣ କରି ଘିଅ ଦୀପ ଜଳାନ୍ତୁ ।