34.1 C
Bhubaneswar
Monday, February 23, 2026
Homeଦେଶ ବିଦେଶସୁପ୍ରିମକୋର୍ଟରୁ ମଦ୍ରାସାକୁ ବଡ଼ ଆଶ୍ୱସ୍ତି; ବଦଳିଲା ହାଇକୋର୍ଟଙ୍କ ନିଷ୍ପତ୍ତି

ସୁପ୍ରିମକୋର୍ଟରୁ ମଦ୍ରାସାକୁ ବଡ଼ ଆଶ୍ୱସ୍ତି; ବଦଳିଲା ହାଇକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ନେଇ ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମ ୨୦୦୪ କୁ ସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି। ମାର୍ଚ୍ଚ ୨୨ ରେ ଆଲହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଯେଉଁଥିରେ ୟୁପି ମଦ୍ରାସା ଆଇନକୁ ରଦ୍ଦ କରିଦିଆଯାଇଥିଲା। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ନିଷ୍ପତ୍ତି ପରେ ରାଜ୍ୟର ମଦ୍ରାସାଗୁଡ଼ିକୁ ମାନ୍ୟତା ଏବଂ ଏଗୁଡ଼ିକର କାର୍ଯ୍ୟରେ ସ୍ଥାୟୀତ୍ୱ ରହିବାରେ ସମ୍ଭାବନା ରହିଛି। ଅଦାଲତ କହିଛନ୍ତି ଯେ ଏହି ଆଇନର ଧାରା ସାମ୍ବିଧାନିକ ମୂଲ୍ୟବୋଧ ସହିତ ଅନୁରୂପ ଅଟେ ଏବଂ ଧାର୍ମିକ ସଂଖ୍ୟାଲଘୁମାନଙ୍କର ଶିକ୍ଷାଗତ ଅଧିକାରକୁ ସୁରକ୍ଷା ଦେଇଥାଏ।

ମାଦ୍ରାସା ଶିକ୍ଷା ସମ୍ବନ୍ଧରେ ସରକାର ନିୟମ ପ୍ରସ୍ତୁତ କରିପାରନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୌଣସି ଛାତ୍ରଛାତ୍ରୀଙ୍କୁ ଧାର୍ମିକ ଶିକ୍ଷା ଗ୍ରହଣ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ମାଦ୍ରାସା ବୋର୍ଡ ଫାଜିଲ, କାମିଲ ପରି ଉଚ୍ଚ ଡିଗ୍ରୀ ଦେଇପାରିବ ନାହିଁ, ଯାହା ୟୁଜିସି ଅଧିନିୟମର ବିରୁଦ୍ଧ ଅଟେ। ମାଦ୍ରାସ ଧାର୍ମିକ ଶିକ୍ଷା ପ୍ରଦାନ କରେ କିନ୍ତୁ ଏହାର ପ୍ରାଥମିକତା ହେଉଛି ଶିକ୍ଷା। ମଦ୍ରାସା ଆଇନକୁ ପ୍ରତ୍ୟାଖ୍ୟାନ କରିବାବେଳେ ହାଇକୋର୍ଟ କହିଥିଲେ ଯେ ଏହା ଧାରା ୨୫ (୧) (କ) କୁ ଉଲ୍ଲଂଘନ କରୁଛି ଏବଂ ତେଣୁ ହାଇକୋର୍ଟ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ପରିପ୍ରେକ୍ଷୀରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅଞ୍ଜୁମାନ କାଦ୍ରି, ମ୍ୟାନେଜର୍ସ ଆସୋସିଏସନ ମାଦାରିସ ଆରବ ୟୁପି, ଅଲ ଇଣ୍ଡିଆ ଶିକ୍ଷକ ସଂଘ ମାଦ୍ରାସ ଆରବ ନୂଆଦିଲ୍ଲୀ, ମ୍ୟାନେଜର୍ସ ଆସୋସିଏସନ ଆରବ ମଦ୍ରାସ ନୂଆ ବଜାର ଏବଂ ମଦ୍ରାସା ଆରବ କାନପୁର ଚ୍ୟାଲେଞ୍ଜ କରିଥିଲେ। ଏବେ ଏହାର ଶୁଣାଣି କରି ସୁପ୍ରିମକୋର୍ଟ ମଦ୍ରାସା ଶିକ୍ଷାକୁ ସାମ୍ବିଧାନିକ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking