17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭୂମିକମ୍ପରରେ ଦୋହଲିଲା ମଧ୍ୟପ୍ରଦେଶ

ଭୂମିକମ୍ପରରେ ଦୋହଲିଲା ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଖଣ୍ଡୱାରେ ଆଜି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ସକାଳ ୯ଟା ୪ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ମୃଦୁ ଭୂମିକମ୍ପ ପାଇଁ ଏହାକୁ ସମସ୍ତେ ଅନୁଭବ କରିପାରି ନଥିଲେ। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ମପାଯାଇଛି। ତେବେ ଭୂମିକମ୍ପ ଯୋଗୁଁ କୌଣସି କ୍ଷତି ହୋଇନାହିଁ। ଖଣ୍ଡୱା ଜିଲ୍ଲା ଭୂମିକମ୍ପ ପ୍ରତି ସମ୍ବେଦନଶୀଳ ଅଞ୍ଚଳରେ ୨୦ ବର୍ଷ ପୂର୍ବରୁ ଖଣ୍ଡୱାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ପୂର୍ବ ପନ୍ଧାନୀ ତହସିଲର ବାଗମାର, ଟାକଲୀ ସଂହିତା ଆଖପାଖ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ଗତ ସପ୍ତାହରେ ହିମାଚଳ ପ୍ରଦେଶର କୁଲ୍ଲୁରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜୀ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ଏହି ଭୂମିକମ୍ପ ଭୋର ସକାଳ ୩ଟା ୩୯ ମିନିଟରେ ହୋଇଥିଲା। ଏହି ସମୟରେ ଲୋକମାନେ ଶୋଇଥିଲେ। ମାତ୍ର ଭୂମିକମ୍ପ ହେବା କ୍ଷଣି ‌ଅନେକ ଲୋକ ଭୟଭୀତ ହୋଇଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking