27.1 C
Bhubaneswar
Saturday, September 28, 2024
Homeଖେଳମକାଉ ଓପନ୍‌: ପ୍ରି-କ୍ୱାର୍ଟର୍‌ରେ ସୁମିତ୍‌-ସିକ୍କି ଯୋଡ଼ି; ପ୍ରଥମ ରାଉଣ୍ଡ୍‌ରେ ଜିତିଲେ ଶ୍ରୀକାନ୍ତ

ମକାଉ ଓପନ୍‌: ପ୍ରି-କ୍ୱାର୍ଟର୍‌ରେ ସୁମିତ୍‌-ସିକ୍କି ଯୋଡ଼ି; ପ୍ରଥମ ରାଉଣ୍ଡ୍‌ରେ ଜିତିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ଭାରତର କିଦାମ୍ବୀ ଶ୍ରୀକାନ୍ତ ବୁଧବାର ଇସ୍ରାଏଲ୍‌ର ଦାନିଲ୍ ଡୁବୋଭେଙ୍କୋଙ୍କୁ ୨୧-୧୪, ୨୧-୧୫ରେ ହରାଇ ମକାଉ ଓପନ୍ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ମିକ୍ସଡ୍ ଡବଲ୍ସରେ ସୁମିତ୍ ରେଡ୍ଡୀ ଓ ସିକ୍କି ରେଡ୍ଡୀ ମାଲେସିଆର ଲୁ ବିଙ୍ଗ୍ କିନ୍ ଓ ହୋ ଲୋ ଇଙ୍କୁ ୨୪-୨୨, ୧୦-୨୧, ୨୧-୧୩ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ତେବେ ରୋହନ କପୁର ଓ ଋତ୍ୱିକା ଶିଭାନୀଙ୍କ ଯୋଡ଼ି  କଡ଼ା ସଂଘର୍ଷ କରିଥିଲେ ମଧ୍ୟ ରୁତାନାପାକ୍ ଆଉପ୍‌ଥଙ୍ଗ ଓ ଝେନିଚା ସୁଦ୍‌ଜାପ୍ରପାରାତ୍‌ଙ୍କ ଠାରୁ ୨୩-୨୧, ୨୪-୨୨ରେ ପରାଜିତ ହୋଇଛନ୍ତି ।
ମହିଳା ସିଙ୍ଗଲ୍ସରେ ତାନ୍ୟା ହେମାଥ ୧୮-୨୧, ୧୯-୨୧ରେ ଲିଆଙ୍ଗ ଟିଙ୍ଗ୍ ୟୁଙ୍କଠାରୁ ଏବଂ ଅନୁପମା ଉପାଧ୍ୟାୟ ୧୨-୨୧, ୨୨-୨୦, ୭-୨୧ରେ ରିକୋ ଗୁଞ୍ଜିଙ୍କଠାରୁ ପରାଜିତ ହୋଇଛନ୍ତି । ତେବେ ପୂର୍ବତନ ବିଶ୍ୱ ଜୁନିୟର୍ ନଂ.ବ ତସ୍ନିମ୍ ମିର ସ୍ୱଦେଶର ସେବିକା ସିହାଗ୍‌ଙ୍କୁ ୧୫-୨୧, ୨୧-୧୮, ୨୨-୨୦ରେ ହରାଇ ମହିଳା ସିଙ୍ଗଲ୍ସର ପରବର୍ତ୍ତୀ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଛନ୍ତି ।
ପୁରୁଷ ସିଙ୍ଗଲ୍ସରେ ମିଥୁନ୍ ମଞ୍ଜୁନାଥ ୧୨-୨୧, ୧୫-୨୧ରେ ହୁଆଙ୍ଗ୍ ୟୁ କାଇଙ୍କଠାରୁ ପରାଜିତ ହୋଇଥିବା ବେଳେ ଆୟୁଷ ସେଟ୍ଟୀ ନିଜ ଦେଶର ଆଲାପ ମିଶ୍ରାଙ୍କୁ ୨୧-୧୩, ୨୧-୧୫ ସିଧା ଗେମ୍‌ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଚିରାଗ ସେନ୍ ଓ ସମୀର ବର୍ମା ମଧ୍ୟ ନିଜ ନିଜ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking