16.1 C
Bhubaneswar
Sunday, December 7, 2025
Homeଓଡିଶାଗୀତିକବି  ବୃନ୍ଦାବନଙ୍କ ପରଲୋକ

ଗୀତିକବି  ବୃନ୍ଦାବନଙ୍କ ପରଲୋକ

ଭୁବନେଶ୍ୱର : ଗୀତିକବି  ବୃନ୍ଦାବନ ଜେନାଙ୍କ ପରଲୋକ ।  ୮୭ ବର୍ଷ ବୟସରେ   ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  ତାଙ୍କର  ଏସସିବିରେ ଚିକିତ୍ସିତ ଅବସ୍ଥାରେ  ଦେହାନ୍ତ ହୋଇଛି । ପାଖାପାଖି ୩୦ଟି ଚଳଚିତ୍ରରେ ଗୀତ ରଚନା କରିବା ସହ ୮ଟି ସିନେମାରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଦୁଇଟି ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ  ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କର ବ୍ରେନଷ୍ଟ୍ରୋକ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା । ୨୦୦୮ରେ ସେ ଓଡିଶା ସାହିତ୍ୟ ଏକାଡେମୀ, ୨୦୦୫ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ , ୨୦୦୬ରେ ଓଡିଆ ଗୀତିକବି ସମ୍ମାନ, ୨୦୧୧ରେ ସମ୍ମାନଜନକ ଫକୀରମୋହନ ଗୀତିଶ୍ରୀ ସମ୍ମାନ, ୨୦୧୫ରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଦତ୍ତ ଜୀତିକବି ସମ୍ମାନରେ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking