ଭୁବନେଶ୍ୱର: ମେରିଟ ଲିଷ୍ଟ ଦାବିରେ ଧାରଣା ଦେଇଛନ୍ତି ଏଲଟିଆର ଆସାୟୀ ଶିକ୍ଷକ ସଂଘ । ହାଇସ୍କୁଲରେ ଏଲଟିଆର ଶିକ୍ଷକ ନିଯୁକ୍ତି ପାଇଁ ରେଜଲ୍ଟ ପ୍ରକାଶ ପରେ ସାର୍ଟିଫିକେଟ ଭେରିଫିକେସନ ସରିଛି । ୨୦୨୩ରୁ ଆର୍ଟସ, ଓଡିଆ, ହିନ୍ଦୀ ଏବଂ ସଂସ୍କୃତ ପାଇଁ ପାଖାପାଖି ୬ ହଜାର ୨୫ ପୋଷ୍ଟ ବାହାରିଥିଲା । ଗତ ଜାନୁଆରୀ ମାସ ୨୨ ତାରିଖରୁ ସାର୍ଟିଫିକେଟ ଯାଞ୍ଚ ସରିଛି । କିନ୍ତୁ ଆଜି ଯାଏଁ ମେରିଟ ଲିଷ୍ଟ ବାହାର କରୁନି ଓଏସଏସସି । ମେରିଟ ଲିଷ୍ଟ ଦାବିରେ ୮ ଦିନ ହେଲା ଧାରଣାରେ ବସିଛନ୍ତି ଏଲଟିଆର ଶିକ୍ଷକ । ଗତକାଲି ରାତି ତମାମ ଓଏସଏସସି ଅଫିସ ଆଗରେ ଧାରଣା ଦେବା ପରେ ଆଜି ହଜାରେରୁ ଅଧିକ ଆଶାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।










