17.1 C
Bhubaneswar
Thursday, January 15, 2026
Homeଖେଳମାଞ୍ଚେଷ୍ଟର ଅରିଜିନାଲ୍ସର ୭୦% ଅଂଶଧନ କିଣିରେ ଏଲ୍‌ଏସ୍‌ଜି ମାଲିକ

ମାଞ୍ଚେଷ୍ଟର ଅରିଜିନାଲ୍ସର ୭୦% ଅଂଶଧନ କିଣିରେ ଏଲ୍‌ଏସ୍‌ଜି ମାଲିକ

ଲକ୍ଷ୍ନୌ: ଆଇପିଏଲ୍ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସର ମାଲିକାନା ହକ୍ ରଖିଥିବା ଆର୍‌ପିଏସ୍‌ଜି ଗ୍ରୁପ୍ ଇଂଲଣ୍ଡର ଲଙ୍କାସାୟର୍ କ୍ଲବ୍‌ଠାରୁ ଦ ହଣ୍ଡ୍ରେଡ୍‌ର ଟିମ୍ ମାଞ୍ଚେଷ୍ଟର ଅରିଜିନାଲ୍ସର ୭୦% ଅଂଶଧନ କିଣିଛି। ଆର୍‌ପିଏସ୍‌ଜି ଗ୍ରୁପ୍ ଶୁକ୍ରବର ଏହି ଡିଲ୍‌ର ଆଧିକାରିକ ଘୋଷଣା କରିଛି। ଏହି ଅନୁସାରେ ଇଂଲଣ୍ଡର ଲଙ୍କାସାୟର୍ କ୍ରିକେଟ୍ କ୍ଲବ୍ ପାଖରେ ଟିମ୍‌ର ୩୦% ଅଂଶଧନ ରହିବ। ଗ୍ରୁପ୍‌ର ଅଧ୍ୟକ୍ଷ ସଞ୍ଜୀବ ଗୋୟଙ୍କା କହିଛନ୍ତି, ‘ଆମେ ଲଙ୍କାସାୟର୍‌ର ଲିଗାସୀକୁ ସମ୍ମାନ କରୁଛି। ଖେଳାଳି, ସପୋର୍ଟ ଟିମ୍ ଏବଂ କମ୍ୟୁନିଟି ସହିତ ସ୍ୱତନ୍ତ୍ର ସମ୍ପର୍କ ରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେ ଶ୍ରେଷ୍ଠତା ଉପରେ ଭରସା କରୁଥିବା ବେଳେ ଆଗାମୀ ପିଢ଼ି ପାଇଁ କ୍ୱାଲିଟି କ୍ରିକେଟର୍ ଅପାର ସମ୍ଭାବନା ଦେଖୁଛୁ।’ ଆର୍‌ପିଏସ୍‌ଜି ଗ୍ରୁପ୍ କିଛିଦିନ ପୂର୍ବେ ଫେବୃଆରୀ ୪ ତାରିଖରେ ଦ ହଣ୍ଡ୍ରେଡ୍ ଫ୍ରାଞ୍ଚାଇଜି ପାଇଁ ବିଡ୍ କରିଥିଲା। ସେତେବେଳେ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ ଭାରତୀୟ ଗ୍ରୁପ୍ ଇଂଲିଶ ଫ୍ରାଞ୍ଚାଇଜିରେ ୪୯ ପ୍ରତିଶତ ଅଂଶଧନ ହାସଲ ନିମନ୍ତେ ପ୍ରାୟ ୧୨୫୨ କୋଟି ଟଙ୍କାର ସର୍ବାଧିକ ବିଡ୍ ଦେଇଛି। ଏହା ପୂର୍ବରୁ ଆର୍‌ପିଏସ୍‌ଜି ଗ୍ରୁପ୍ ଫେବୃଆରୀ ୧ରେ ‘ଲଣ୍ଡନ ସ୍ପିରିଟ୍‌’ ପାଇଁ ଅସଫଳ ବିଡ୍ କରିଥିଲା। ଏହି ନିଲାମୀ ସିଲିକନ୍ ଭ୍ୟାଲୀର ଏକ ଟେକ୍ କନ୍‌ସୋର୍ଟିୟମ୍ ଜିତିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking