15.1 C
Bhubaneswar
Saturday, December 6, 2025
Homeଓଡିଶାଆସନ୍ତା  ୨୨ ସୁଦ୍ଧା ଲଘୁଚାପ ସମ୍ଭାବନା

ଆସନ୍ତା  ୨୨ ସୁଦ୍ଧା ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୨ତାରିଖ ବେଳକୁ ଆରବସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମେ’ ୨୧ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବସାଗର ଏବଂ କର୍ଣ୍ଣାଟକ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ୨୨ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ଆରବସାଗର ଏବଂ କର୍ଣ୍ଣାଟକ ଉପକୂଳରେ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ଲଘୁଚାପ ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ରହିଛି।

ଶନିବାର ଅପରାହ୍ଣରେ କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ ରାୟଗଡା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇଥିଲା। ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିଥିଲା। ଗତ ଦୁଇଦିନ ହେଲା ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ତାପମାତ୍ରା କମିଛି। ସମସ୍ତ ଅଞ୍ଚଳରେ ଦିନ ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସିଛି। ସମ୍ବଲପୁରରେ ପାରଦ ୩୯.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଖୋର୍ଦ୍ଧା, ବଲାଙ୍ଗିର, ବରଗଡ ଏବଂ ଟିଟିଲାଗଡରେ ୩୯.୫ଡିଗ୍ରୀ ଲେଖାଏଁ, ନୂଆପଡା, ବୌଦ୍ଧ ଏବଂ ସୁବର୍ଣ୍ଣପୁରରେ ୩୯ଡିଗ୍ରୀ ଲେଖାଏଁ ରହିଛି। ଭୁବନେଶ୍ବରରେ ୩୮.୪ ଏବଂ କଟକରେ ୩୬.୬ଡିଗ୍ରୀ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗିର, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking