ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଘନୀଭୁତ ହେବ । ଆସନ୍ତା ୨୪ ଘଣ୍ଟାରେ ଘନୀଭୁତ ହେବାର ସମ୍ଭାବନା ରହିଛି । ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ଘଡଘଡି ସହିତ ବର୍ଷା ସମ୍ଭାବନା ରହୁଛି । ଘଡଘଡି ନେଇ ୧୧ ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି , କନ୍ଧମାଳ,ରାୟଗଡା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।










