21.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶମଝି ଆକାଶରେ କମ୍ ପଡ଼ିଲା ଇନ୍ଧନ

ମଝି ଆକାଶରେ କମ୍ ପଡ଼ିଲା ଇନ୍ଧନ

ବେଙ୍ଗାଲୁରୁ: ଅହମଦାବାଦ୍ ପ୍ଲେନ୍ ଦୁର୍ଘଟଣା ପରେ ଏବେ ବିମାନ ଚଳାଚଳଜନିତ ପରିଚାଳନାଗତ ତ୍ରୁଟି ଅଧିକରୁ ଅଧିକ ସାମ୍ନାକୁ ଆସିବାରେ ଲାଗିଛି। ସଦ୍ୟ ରିପୋର୍ଟ ଅନୁସାରେ ଶନିବାର ଉଡାଣ ଭରିଥିବା ଇଣ୍ଡିଗୋର ଏକ ବିମାନରେ ମଝି ଆକାଶରେ ଇନ୍ଧନ ଶେଷ ହୋଇଯିବା ଏବଂ ପାଇଲଟ୍ ମେଡେ କଲ୍ କରିବାକୁ ବାଧ୍ୟହୋଇଥିବା ଭଳି ଘଟଣା ଘଟିଥିବା ଜଣାପଡିଛି। ମୋଟାମୋଟି କଥା ବିମାନ ପରିଚାଳନାଗତ ତ୍ରୁଟି କାରଣରୁ ଆଜି ଆଉ ଏକ ବଡ଼ ବିମାନ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ପାଇଲଟ୍‌ଙ୍କ ଆଗୁଆ ମେଡେ କଲ୍ ଯୋଗୁ ବିମାନଟିକୁ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ଅନୁମତି ମିଳିଥିଲା। ଫଳରେ ଏଥିରେ ଥିବା ୧୬୮ ଯାତ୍ରୀଙ୍କ ଜୀବନ ସୁରକ୍ଷିତ ହୋଇପାରିଥିଲା।

ରିପୋର୍ଟ ଅନୁସାରେ ଗୌହାଟୀରୁ ଚେନ୍ନାଇ ଅଭିମୂଖେ ଇଣ୍ଡିଗୋ ବିମାନ (ଫ୍ଲାଇଟ ନମ୍ବର ୬ଇ-୬୭୬୪) ଉଡ଼ାଣ ଭରିଥିଲା। କିନ୍ତୁ ଚେନ୍ନାଇ ବିମାନବନ୍ଦରରେ ଅବତରଣ ପୂର୍ବରୁ ଏକ ଅସ୍ଥିର ପହଞ୍ଚ ଯୋଗୁଁ ପାଇଲଟ୍ ଲ୍ୟାଣ୍ଡିଂ ନିଷ୍ପତ୍ତି ପ୍ରତିବଦଳରେ ‘ଗୋ ଆରାଉଣ୍ଡ’ ନିଷ୍ପତ୍ତି ନେଇଥିଲେ। ଏହା ପରେ ବିମାନରେ ଆବଶ୍ୟକ ମାତ୍ରାରୁ ଇନ୍ଧନ ମାତ୍ରା କମ୍ ଥିବା ଜଣାପଡ଼ିଥିଲା। ବେଙ୍ଗାଲୁରୁ ବିମାନବନ୍ଦରଠାରୁ ପ୍ରାୟ ୩୫ ମାଇଲ ଦୂରରେ ଥାଇ ପାଇଲଟ୍ ମେଡେ କଲ୍ କରିଥିଲେ। ଇଣ୍ଡିଗୋ ଏୟାରଲାଇନ୍ସ ଦାବି କରିଛି ଯେ, ଚେନ୍ନାଇ ବିମାନବନ୍ଦରରେ ଏୟାର ଟ୍ରାଫିକ୍ ଜନିତ ସମସ୍ୟା ଯୋଗୁଁ ବିମାନଟି ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଥିଲା। କିନ୍ତୁ ଚେନ୍ନାଇ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଏହି ଦାବିକୁ ଖଣ୍ଡନ କରିଛି। ବିମାନରେ ବିକଳ୍ପ ବିମାନବନ୍ଦରକୁ ଯିବା ପାଇଁ ଆବଶ୍ୟକ ନ୍ୟୂନତମ ଇନ୍ଧନ ମଧ୍ୟ ନଥିଲା ବୋଲି ସୂତ୍ରରୁ ଜଣାପଡ଼ିଛି। ଡିଜିସିଏ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking