22.1 C
Bhubaneswar
Friday, February 13, 2026
Homeଓଡିଶାପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ: ପ୍ରେମସପ୍ତାହ ଦିନକ ପରେ ଶେଷ ହେବ। ଏହି ଶେଷ ସମୟକୁ ଉଦ୍‌ଜୀବିତ ରଖିବା ପାଇଁ ପ୍ରେମୀଯୁଗଳ କେତେ ଯୋଜନା କରୁଛନ୍ତି। ପ୍ରେମିକାକୁ ଆକର୍ଷିତ କରିବା ପାଇଁ ‌ପ୍ରେମିକ… ଆଉ ପ୍ରେମିକକୁ ଭଲପାଇବାର ଉପହାର ଦେବା ପାଇଁ ପ୍ରେମିକା…ଚାଲିଛି ଯେଜନା। ଭାଲେଣ୍ଟାଇନ୍‌ ଡେ’ ଅତିନିକଟରେ ଥିବାରୁ ପ୍ରେମୀଯୁଗଳଙ୍କ ମନରେ ବହୁ ଯୋଜନା ପ୍ରସ୍ତୁତି ଚାଲିଛି। ଏଭଳି ଏକ ସମୟରେ କୋରାପୁଟ ଜିଲ୍ଲାରୁ ଏକ ଅଭାବନୀୟ ଖବର ଆସିଛି। ସ୍ଥାନୀୟ ଲୋକଙ୍କର ଚର୍ଚ୍ଚା ଅନୁସାରେ ପ୍ରେମର ଖେଳ ଭିତରେ ନିଜକୁ ପରାଜିତ ମନେ କରି ପ୍ରେମୀଯୁଗଳ ଶେଷରେ ଜୀବନ ହାରି ଦେଇଛନ୍ତି। ସେମାନଙ୍କର ମୃତହେଦ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କୋରାପୁଟଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ଗ୍ରାମପଞ୍ଚାୟତର ବଡ଼ାଗୁଡ଼ା ଗ୍ରାମ ନିକଟ ଏକ ତେନ୍ତୁଳି ଗଛରେ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ଶବ ଦେଖି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୁହିଁଙ୍କ ଝୁଲନ୍ତା ଶବ ଗ୍ରାମବାସୀ ଦେଖି ତୁରନ୍ତ ଉଦ୍ଧାର କରି ସୁଙ୍କି ଡାକ୍ତରଖାନାକୁ ନେଇଥିଲେ ଓ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ସହିତ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠେଇଥିବା ଜଣାପଡିଛି। ଖବରପାଇ ସୁଙ୍କି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking