26.1 C
Bhubaneswar
Friday, March 20, 2026
Homeଅପରାଧପ୍ରେମିକାର ଗଳା କାଟି ଜୀବନ ହାରିଲା ପ୍ରେମିକ

ପ୍ରେମିକାର ଗଳା କାଟି ଜୀବନ ହାରିଲା ପ୍ରେମିକ

କର୍ଣ୍ଣାଟକ: ପ୍ରତ୍ୟେକ ଲୋକଙ୍କ ପାଇଁ ପ୍ରେମର ମାନେ କିଛି ଅଲଗା ରହିଥାଏ । ପ୍ରେମ ପାଇଁ ଲୋକେ ସୀମା ଲଂଘି ଯାଇଥାନ୍ତି ।ମଙ୍ଗଳବାର କର୍ଣ୍ଣାଟକରୁ ଏକ ଅତ୍ୟନ୍ତ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ପ୍ରେମିକ ଜଣେ ଯୁବତୀଙ୍କ ଗଳା କାଟି ହତ୍ୟା କରିଛି । ସୂଚନା ଅନୁଯାୟୀ, ଝିଅଟି ବିବାହ କରିବାକୁ ମନା କରିଦେଇଥିଲା। ଏହି କାରଣରୁ ଯୁବକ ଜଣକ ବହୁତ ରାଗିଗଲେ ଏବଂ ସେ ଏତେ ବଡ଼ ପଦକ୍ଷେପ ନେଲେ । ଏହି ହତ୍ୟା ପରେ ଯୁବକ ଜଣକ ଘଟଣାସ୍ଥଳରେ ହିଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାଟି ବେଲଗାମର ନାଥ ପାଇ ସର୍କଲ ନିକଟରେ ଏକ ଘରେ ଘଟିଥିଲା, ଯେଉଁଠାରେ ୨୦ ବର୍ଷୀୟା ଐଶ୍ୱର୍ଯ୍ୟା ମହେଶ ଲୋହାର ରହୁଥିଲେ ।

ବେଲଗାମର ୟେଲୁର ଗାଁର ୨୯ ବର୍ଷୀୟ ଯୁବକ ପ୍ରଶାନ୍ତ କୁଣ୍ଡେକର ଦେଢ଼ ବର୍ଷରୁ ଅଧିକ ସମୟ ଧରି ଐଶ୍ୱର୍ଯ୍ୟାକୁ ପ୍ରେମ କରୁଥିଲେ। ସେ ପ୍ରେମିକ ପ୍ରଶାନ୍ତ ଚିତ୍ରକର ଭାବେ କାର୍ଯ୍ୟ କରୁଥିବା ବେଳେ ସେ ପ୍ରଥମେ ଐଶ୍ୱର୍ଯ୍ୟାଙ୍କ ମାଆଙ୍କ ପାଖକୁ ଯାଇ ବିବାହ ପାଇଁଁ ପ୍ରସ୍ତାବ କରିଥିଲେ । ତେବେ ଐଶ୍ୱର୍ଯ୍ୟାଙ୍କ ମାଆ ତାଙ୍କୁ ପ୍ରଥମେ ଆର୍ôଥକ ଭାବରେ ସ୍ୱାଧୀନ ହେବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଆଜି ସକାଳେ ପ୍ରଶାନ୍ତ ଏକ ବିଷ ବୋତଲ ଧରି ଐଶ୍ୱର୍ଯ୍ୟାଙ୍କ ମାଉସୀଙ୍କ ଘରେ ପହଞ୍ଚିଲା ଏବଂ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ସହିତ ବିବାହ କରିବାକୁ ଜିଦ୍ ଧରିଲା। କିନ୍ତୁ, ଯେତେବେଳେ ସେ ମନା କଲେ, ପ୍ରଶାନ୍ତ ତାଙ୍କୁ ବିଷ ପିଇବାକୁ ବାଧ୍ୟ କରିବାକୁ ଚେଷ୍ଟା କଲେ । ଯେତେବେଳେ ସେ ପ୍ରତିରୋଧ କଲେ, ପ୍ରଶାନ୍ତ ତାଙ୍କ ପକେଟରୁ ଏକ ଛୁରୀ ବାହାର କରି ତାଙ୍କ ଗଳା କାଟି ଦେଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking