31.1 C
Bhubaneswar
Wednesday, February 11, 2026
Homeଓଡିଶାପ୍ରେମିକର ଅତ୍ୟାଚାର ଶିକାର ହୋଇ ପ୍ରେମିକାର ଆତ୍ମହତ୍ୟା

ପ୍ରେମିକର ଅତ୍ୟାଚାର ଶିକାର ହୋଇ ପ୍ରେମିକାର ଆତ୍ମହତ୍ୟା

ଖୋର୍ଦ୍ଧା: ଆଜି ସକାଳେ ଜୈନିକ ଯୁବତୀଙ୍କ ମୃତ ଦେହକୁ ଜଙ୍କିଆ ପୁଲିସ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ହେଲେ ଜଙ୍କିଆ ଥାନା ଓରବରସିଂହ ପଞ୍ଚାୟତ ଅଧିନସ୍ଥ ଡିହଖଳା ଗ୍ରାମର ଜମ୍ବେଶ୍ୱର ମାର୍ଥାଙ୍କ ଝିଅ ସୁଚିତ୍ରା ମାର୍ଥା (୧୯)ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଜଙ୍କିଆ ପୁଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାକୁ ପଠାଇଛି ।ଏନେଇ ପୁଲିସ ପକ୍ଷରୁ ଏକ ମାମଲା ଜଙ୍କିଆ ଥାନାରେ ରୁଜୁ ହୋଇଛି ।

ପ୍ରେମ ବ୍ୟାପାରକୁ ଭିତି କରି ଯୁବତୀ ଜଣକ ବେକରେ ନିଜର ଓଢଣୀ ଦ୍ଵାରା ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିବା ବେଳେ । ଏନେଇ ତଦନ୍ତ ଚାଲିଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ରିତାମ୍ଭର କର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତ ଅନ୍ତର୍ଗତ ଡ଼ିହଖଳା ଗ୍ରାମର ଜମ୍ବେଶ୍ୱର ମାର୍ଥାଙ୍କ ଝିଅ ସୁଚିତ୍ରା ମାର୍ଥକୁ ସେହି ଗ୍ରାମର ଭରତ ମଙ୍ଗରାଜଙ୍କ ପୁଅ ସୁଶୀଲ ମଙ୍ଗରାଜ (୨୫) ପ୍ରେମ କୁ ନେଇ ଦୁଇଜଣଙ୍କ ମଧ୍ୟରେ ଘଟିଛି ଘଟଣା। ସୁଶିଲ ଫେରାର ଥିବା ବେଳେ ତା ବାପା ଭରତ ମଙ୍ଗରାଜ କୁ ପୋଲିସ ଥାନାରେ ଅଟକ ରଖିଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ଏବଂ ଘର ଲୋକଙ୍କ ଅଭିଯୋଗ ଯଥାଶୀଘ୍ର ସୁଶିଲକୁ ଗିରଫ କରି ଝିଅ ପରିବାରକୁ ଉଚିତ୍ ନ୍ୟାୟ ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking